fbpx

ଏଚଆରସିରେ ଅଗ୍ନିକାଣ୍ଡ, ଏସି ଫାଟି ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): Human right commission ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏସି ବ୍ଲାଷ୍ଟ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏଥିରେ କଣସବୁ କ୍ଷତି ଘଟିଛି ସେ ସମ୍ପର୍କରେ ସୂଚନା ମିଳିନି ।

ସୂଚନା ଅନୁସାରେ ରାଜଧାନୀ ସତ୍ୟନଗରସ୍ଥିତ ତୋଷାଳି ଭବନ ୨ୟ ମହଲାରେ ରହିଛି ମାନବାଧିକାର କମିସନଙ୍କ କାର୍ଯ୍ୟାଳୟ । ତେବେ ହଠାତ୍ କୌଣସି କାରଣରୁ କାର୍ଯ୍ୟାଳୟ ଭିତରେ ଲାଗିଥିବା ଏକ ଏସି ବିସ୍ଫୋରଣ ହୋଇଯାଇଥିଲା । ଫଳରେ ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇନାହାନ୍ତି । ତୁରନ୍ତ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଯାଇଥିଲେ ।

fire at HRC

Get real time updates directly on you device, subscribe now.