fbpx
BSKY SKY
BSKY SKY

ପତ୍ନୀଙ୍କ ସମ୍ମାନ କର, ନଚେତ୍ ଜେଲ୍ ଦଣ୍ଡ ଭୋଗିବ: ସୁପ୍ରିମକୋର୍ଟ

BSKY

ନୂଆଦିଲ୍ଲୀ: ପତ୍ନୀଙ୍କୁ ସବୁବେଳେ ସମ୍ମାନ ଦିଅ, ଯଦି ଏପରି କରିବାରେ ବିଫଳ ହେଉଛ ତେବେ ଜେଲ୍ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ହୋଇଯାଅ । ଗୋଟିଏ ମାମଲାର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟର ବିଚାରପତି ଜଣେ ସ୍ୱାମୀଙ୍କୁ ଏପରି କରିବାକୁ କହିଛନ୍ତି । କୋର୍ଟ ପକ୍ଷରୁ ଏପରି ପରାମର୍ଶ ପରେ ଦମ୍ପତିଙ୍କ ମଧ୍ୟରେ ବୁଝାମଣା ହୋଇଛି । ତେବେ ପତ୍ନୀ ନିଜ ସ୍ୱାମୀଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ତାଙ୍କ ସ୍ୱାମୀ ଠିକ୍ ବ୍ୟବହାର କରୁନାହାନ୍ତି କି ସମ୍ମାନ କରୁନାହାନ୍ତି । ଏଥିସହିତ ତାଙ୍କ ଉପରେ ଖୁବ୍ ଅତ୍ୟାଚାର କରାଯାଉଛି ।

ଏହି ମାମଲାର ସମାଧାନ କରିବାକୁ ଯାଇ ଚିଫ୍ ଜଷ୍ଟିସ୍ ଏନଭି ରମନା ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଭର୍ଚୁଆଲ ମାଧ୍ୟମରେ ମାମଲାର ଶୁଣାଣି କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ଅନଲାଇନ୍ ଆସିବା ପାଇଁ କହିଥିଲେ । ସେମାନଙ୍କ ମଧ୍ୟରେ ଥିବା କଳହକୁ ସମାଧାନ କରିବାକୁ ଯାଇ ହିନ୍ଦୀ ଭାଷାରେ ସେମାନଙ୍କୁ ବୁଛାଇଥିଲେ । ପତ୍ନୀ ନିଜ ସ୍ୱାମୀ ସହିତ ରହିବାକୁ ରାଜି ଥିବା ବେଳେ ସ୍ୱାମୀ ତା ସ୍ତ୍ରୀ ସହିତ ସମ୍ମାନର ସହ ବ୍ୟବହାର କରୁନଥିବା ମାମଲାରେ ଜଷ୍ଟିସ୍ କାନ୍ତ ମହିଳାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ, ଆପଣ ନିଜ ସ୍ତ୍ରୀଙ୍କ ସହିତ କିପରି ବ୍ୟବହାର କରୁଛନ୍ତି ତାଉପରେ ନଜର ରଖାଯିବ । ଯଦି କୌଣସି ଭୁଲ୍ ବ୍ୟବହାର କରିବେ ତେବେ ଦଣ୍ଡ ଦିଆଯିବ ।

ପତ୍ନୀଙ୍କୁ ସମ୍ମାନର ସହ ବ୍ୟବହାର କରିବାକୁ ଦେଇଥିବା ପ୍ରତିଶ୍ରୁତିରୁ ପଛଘୁଞ୍ଚା ନଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପତ୍ନୀଙ୍କୁ ଛାଡପତ୍ର ଦେବା ନେଇ କରିଥିବା ଆବେଦନ ସମେତ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ସ୍ୱାମୀଙ୍କୁ କହିଛନ୍ତି। ପ୍ରଧାନ ବିଚାରପତି, ବରିଷ୍ଠ ଓକିଲ ଅଞ୍ଜନା ପ୍ରକାଶଙ୍କୁ କହିଥିଲେ ଯେ, ସ୍ୱାମୀଙ୍କ ପକ୍ଷରୁ ଦିଆଯାଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଏକ ଆଫିଡେଭିଟ୍ ଦାଖଲ କରନ୍ତୁ । କିନ୍ତୁ ପୁନର୍ବାର ସ୍ୱାମୀ ଅସଦାଚରଣ କଲେ, ତାଙ୍କୁ ଜେଲକୁ ପଠାଇଦିଆଯିବ । ଏବେ ଏହି ମାମଲାକୁ ବିଚାରାଧୀନ ରଖାଯାଉ ।

ତେବେ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ସ୍ୱାମୀ ନିଜ ସ୍ତ୍ରୀକୁ କହିଥିଲେ ର୍ଯେ, ସେ ଆଉ କେବେ ବି ତାଙ୍କ ପତ୍ନୀଙ୍କ ସହ ଖରାପ ବ୍ୟବହାର କରିବେ ନାହିଁ । ସର୍ବଦା ତାଙ୍କ ସମ୍ମାନ କରିବେ । ଭଲ ବ୍ୟବହାର କରିବେ । ସେହିପରି କୋର୍ଟ କହିଚନ୍ତି ଯେ, ଯଦି ନିଜ କଥାରୁ ସ୍ୱାମୀ ଓହରିଯାଆନ୍ତି ତେବେ ତାଙ୍କୁ ଜେଲ୍ ଦଣ୍ଡ ଦିଆଯିବ ।

Get real time updates directly on you device, subscribe now.