fbpx

Video: ୪୦ ଥର ଛୁରୀ ଭୁଷି ଓ ପରେ ପଥରରେ ଛେଚି ହତ୍ୟା, ପୋଲିସ କହୁଛି ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସଂପର୍କ

Advertisement

ନୂଆଦିଲ୍ଲୀ:ରାଜଧାନୀ ନୂଆଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ଜଣେ ନାବଳାଳିକାଙ୍କୁ ହତ୍ୟା କରାଯାଇଛି । ଏହି ନୃଶଂସ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ହତ୍ୟାକାରୀ ନାବାଳିକାଙ୍କୁ ଥରେ ନୁହେଁ ୪୦ ଥର ଛୁରୀରେ ଭୁଷି ହତ୍ୟା କରିଛି । କେବଳ ଏତିକି ନୁହେଁ ନାବାଳିକା ଲହୁଲୁହାଣ ହୋଇ ରାସ୍ତାରେ ପଡି ଯିବା ପରେ ନୃଶଂସ ବ୍ୟକ୍ତି ଜଣକ ଏକ ବଡ ପଥର ଉଠାଇ ତା ଉପରେ ରଖି ଦେଇଥିଲା ।

ରାଜଧାନୀର ଶାହବାଦ ଡାୟରୀ ଅଞ୍ଚଳରେ ସାହିଲ ନାମକ ଏହି ବ୍ୟକ୍ତି ୧୬ ବର୍ଷୀୟା ସାକ୍ଷୀଙ୍କୁ ଛୁରୀ ଭୁଷି ଓ ପରେ ପଥରରେ ଛେଚି ହତ୍ୟା କରିଛି । ଅଭିଯୁକ୍ତ ଜଣକ ସାକ୍ଷୀଙ୍କୁ ରାସ୍ତାରେ ଅଟକାଇ ତାଙ୍କ ଉପରେ ଅତର୍କିତ ଛୁରୀରେ ହାମଲା କରୁଥିବାର ସିସିଟିଭି ଫୁଟେଜ୍େରେ ଦେଖିବାକୁ ମିଳୁଛି । ଏହି ଭିଡିଓଟି ଏତେମାତ୍ରାରେ ବୀଭତ୍ସ ରହିଛି ଯେ ତାକୁ ଦେଖିବା କଷ୍ଟକର ।

ଦିଲ୍ଲୀର ଉତ୍ତର ଜିଲ୍ଲା ଶାହବାଦ ଡାୟରୀ ପୋଲିସ ଥାନା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ପଥଚାରୀ ପୋଲିସକୁ ଏହି ଘଟଣା ବିଷୟରେ ସୂଚନା ଦେଇ ତୁରନ୍ତ ସେଠାକୁ ଆସିବାକୁ କହିଥିଲା । ପୋଲିସ ଟିମ୍ ସେଠାରେ ପହଞ୍ôଚ ଘଟଣାର ଛାନଭିନ୍ କରିବା ପରେ ଜଣାପଡିଥିଲା ନାବାଳିକା ଜଣକ ଗଳି ଦେଇ ଯାଉଥିବା ସମୟରେ ଅଚାନକ ଜଣେ ଯୁବକ ତାଙ୍କୁ ଅଟକାଇଥିଲା ଓ ଛୁରୀରେ ଆକ୍ରମଣ କରିଥିଲା । ଏଥିରେ ତାର ମନ ଭରି ନ ଥିଲା ଯେ, ଅଭିଯୁକ୍ତ ଏକ ବଡ ପଥର ଉଠାଇ ନାବାଳିକା ଉପରେ ରଖି ଦେଇଥିଲା । ପୋଲିସ ଉଭୟଙ୍କ ପରିଚୟ ପାଇଥିବା ବେଳେ ନାବାଳିକା ଜଣକ ଇ-୩୬ ଜେଜେ କଲୋନୀରେ ରହୁଥିବା ଜନକ ରାଜଙ୍କ ଝିଅ ବୋଲି ଜଣାପଡିଛି ।

ପୋଲିସ କହିଛି ସାହିଲ ଓ ସାକ୍ଷୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । କିନ୍ତୁ ଗତ ରବିବାର ଏମାନଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା । ଏହାରି ମଧ୍ୟରେ ସାକ୍ଷୀ ନିଜ ସାଙ୍ଗର ଜନ୍ମଦିନରେ ସାମିଲ ହେବାକୁ ଯାଉଥିବା ବେଳେ ସାହିଲ ତାକୁ ଗଳିରେ ଅଟକାଇ ତା ଉପରେ ଛୁରୀରେ ଆକ୍ରମଣ କରିବା ସହ ପଥରରେ ଛେଚି ହତ୍ୟା କରିଥିଲା । ଏହି ଘଟଣା ସମୟରେ ଗଳିରେ ଲୋକମାନେ ଯାଆସ କରୁଥିଲେ ମଧ୍ୟ କେହି ବି ରକ୍ଷା କରିବାକୁ ଆସି ନ ଥିଲେ । ସାହିଲ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲା । ପୋଲିସ ନାବାଳିକାକୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଶାହବାଦ ଡାୟରୀ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଛି । ଏବେ ପୋଲିସ ସାହିଲକୁ ଖୋଜିବାରେ ଲାଗିଛି ।

 

Get real time updates directly on you device, subscribe now.