fbpx

୨୭ଶହ ଟଙ୍କାର ବିଲ୍ ରେ ୧୧ ଲକ୍ଷ ଟିପ୍ସ: ପଢ଼ନ୍ତୁ ପୂରା ଖବର

Advertisement

ଲଣ୍ଡନ(ଓଡିଶା ଭାସ୍କର): ସାଧାରଣତଃ ଖାଇବା ପରେ ଲୋକେ ରେଷ୍ଟୁଣାଣ୍ଟରେ ଟିପ୍ସ ଦେଇଥାନ୍ତି । ତେବେ ନିୟୁ ହାମ୍ପଶାୟାରରେ ଜଣେ ବ୍ୟକ୍ତି ଦେଇଥିବା ଟିପ୍ସ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ଖାଇବା ନେଇ ୩୭ ଡଲାରର ବିଲ୍ ହୋଇଥିବା ବେଳେ ଗ୍ରାହକ ଜଣକ ୧୬ ହଜାର ଡଲାରର ଟିପ୍ସ ଦେଇଥିଲେ । ଭାରତୀୟ ମୁଦ୍ରାରେ ଖାଦ୍ୟର ମୂଲ୍ୟ ମାତ୍ର ୨୭୦୦ ଟଙ୍କା ହୋଇଥିବା ବେଳେ ବ୍ୟକ୍ତି ଜଣକ ୧୧ ଲକ୍ଷ ଟଙ୍କାର ଟିପ୍ସ ଦେଇଛନ୍ତି । ନ୍ୟୁ ହାମ୍ପଶାୟାରର ଷ୍ଟମ୍ବଲ ଇନ୍ ବାର୍ ଆଣ୍ଡ ଗ୍ରିଲ୍ରେ ଏହି ଘଟଣା ଦେଖିବାକୁ ମିଳିଛି । ଜୁନ୍ ୧୨ ତାରିଖରେ ଏହି ଘଟଣା ଘଟିଥିଲା । ଟିପ୍ସ ମିଳିବା ପରେ ରେଷ୍ଟୁରାଣ୍ଟର ମାଲିକ ଗ୍ରାହକଙ୍କୁ ଧନ୍ୟବାଦ ପ୍ରଦାନ ପାଇଁ ବିଲ୍ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ହୋଟେଲ୍ ମାଲିକ ମାଇକେଲ୍ ଜରେଲା ପ୍ରଥମେ ବିଲ୍ଟିକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିବା କହିଛନ୍ତି । କେହି ଭୁଲ୍ରେ ଲେଖି ଦେଇଥିବା ଭାବିଥିଲେ । ତେବେ ପରବର୍ତ୍ତୀ ସମୟରେ ଆକାଉଣ୍ଟ ଚେକ୍ କରି ଜରେଲା ଚମକିତ ହୋଇ ପଡିଥିଲେ । ଏହି ମୋଟା ଅଙ୍କର ଟିପ୍ସ ଦେଇଥିବା ଗ୍ରାହକ ଜଣଙ୍କ ଜଣେ ମହିଳା । ଏକ ଟକିଲା ଏବଂ ଚିପ୍ସ ପରେ ବାରଟେଣ୍ଡରଙ୍କୁ ସେ ଏହି ଟିପ୍ ଦେଇଥିଲେ । ଏହା ସହିତ ଏକା ସାଙ୍ଗରେ ପଇସା ଖର୍ଚ୍ଚ ନ କରିବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ ଗ୍ରାହକ । ମିଳିଥିବା ଟିପ୍ସ ୮ ଜଣ ବାରଟେଣ୍ଡରଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ପାଇଁ ସେ ନିଷ୍ପତ୍ତି ନେଇଥିବା ଜରେଲା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.