‘ନୂଆ ରାଜସ୍ୱ ଗାଁ ପାଇଁ ସବୁ ତହସିଲରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍’: ରାଜସ୍ୱ ମନ୍ତ୍ରୀ
‘୧୬୩୫ ରାଜସ୍ୱ ଗାଁର ହେବ ମ୍ୟାପ୍’: ମନ୍ତ୍ରୀ
ଭୁବନେଶ୍ୱର: ୧୬୩୫ ରାଜସ୍ୱ ଗାଁର ମ୍ୟାପ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଯେ, ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍। ନିର୍ଦ୍ଦିଷ୍ଟ ସମୟରେ ଗାଁଗୁଡ଼ିକ ମାନ୍ୟତା ପାଇବ।
ସେ ଆହୁରି କହିଛନ୍ତି ଯେ, ୨୪ ବର୍ଷ ଭିତରେ ପୂର୍ବତନ ସରକାର କରିପାରିଲେ। ବିଜେପି ସରକାର ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ରାଜସ୍ୱ ଗାଁ ହେଲା ପରେ ସ୍ୱତନ୍ତ୍ର ମ୍ୟାପ ହେବ।
ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ମଧ୍ୟ ପରିବର୍ତ୍ତନ ହେବ। ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।