ନୂଆଦିଲ୍ଲୀ: ବିଶ୍ୱର ପରିସ୍ଥିତି ଏବଂ ଆମେରିକାରେ ଡଲାରରେ ଦୁର୍ବଳ ଯୋଗୁଁ ବୁଧବାର ଦିନ ସକାଳୁ ଘରୋଇ ଫ୍ୟୁଚର ବଜାରରେ ସୁନାର ମୂଲ୍ୟ ବଢିଥିବା ଦେଖିବାକୁ ମିଳିଛି। ସେହିପରି ରୂପାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।
ଆଜି ସକାଳ ୯ଟା ୨୦ ମିନିଟରେ ଏମସିଏସକ୍ସ ସୁନା ୫ ଅଗଷ୍ଟକୁ ୦.୧୯ ପ୍ରତିଶତ ବଢି ୯୭ ହଜାର ୪୦୦ ପ୍ରତି ୧୦ ଗ୍ରାମ ପିଛା ବିକ୍ରି ହେଉଛି। ଏମସିଏକ୍ସ ସିଲଭର ୦.୨୬ ପ୍ରତିଶତ ବଢି ୧କିଲୋ ପିଛା ୧,୧୧,୭୭୧ଟଙ୍କାରେ ପହଞ୍ଚିଛି।
ମଙ୍ଗଳବାର ଦିନ ରୂପା ମୂଲ୍ୟ କମିଥିବା ଦେଖିବାକୁ ମିଳିଥିଲା। ୨୪ କ୍ୟାରେଟ ସୁନା ମୂଲ୍ୟ ୩୮୭ ହ୍ରାସ ପାଇ ୯୭ ହଜାର ୯୧୬ ଟଙ୍କାକୁ ଆସିଯାଇଥିଲା। ଏହା ପୂର୍ବରୁ ୯୮ ହଜାର ୩୦୩ ଟଙ୍କା ଥିଲା।
ସେହିପରି ୨୨ କ୍ୟାରେଟ୍ ସୁନା ୩୫୪ ଟଙ୍କା ଶସ୍ତା ହୋଇ ୮୯ ହଜାର ୬୯୧ରେ ପହଞ୍ଚିଥିଲା। ଏହା ପୂର୍ବରୁ ଏହି ଦର ୯୦ ହଜାର ୦୪୫ ଥିଲା। ୧୮ କ୍ୟାରେଟ୍ ସୁନା କଥା କହିବାକୁ ଗଲେ ୨୯୦ ହ୍ରାସ ପାଇଥିଲା।
ଆଇବିଜେଏ ୱେବସାଇଟ ଅନୁଯାୟୀ, ଆଜି ଅର୍ଥାତ ୧୬ ଜୁଲାଇ ୨୦୨୫ରେ ସୁନା ଏବଂ ରୂପା ଦରରେ ହଲଚଲ ଦେଖିବାକୁ ମିଳିଛି।
ଆଜିର ସୁନା ଦର:
୨୪ କ୍ୟାରେଟ୍ ସୁନା ଦର-୯୭ ହଜାର ୯୧୬ ଟଙ୍କା
୨୩ କ୍ୟାରେଟ୍ ସୁନା ଦର-୯୭ ହଜାର ୫୨୪ ଟଙ୍କା
୨୨ କ୍ୟାରେଟ୍ ସୁନା ଦର-୮୯ ହଜାର ୬୯୧ ଟଙ୍କା
୧୮ କ୍ୟାରେଟ୍ ସୁନା ଦର-୭୩ ହଜାର ୪୩୭ ଟଙ୍କା
୧୪ କ୍ୟାରେଟ୍ ସୁନା ଦର-୫୭ ହଜାର ୨୮୧ ଟଙ୍କା
ଆଜିର ରୂପା ଦର:
ରୂପା କିଲୋଗ୍ରାମ ପିଛା ୧, ୧୧,୯୯୭ ଟଙ୍କା ରହିଛି।