ସିଙ୍ଗିଲ ୱିଣ୍ଡୋ ବୈଠକରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୧୨ ହଜାର ୨୮୦ ନିଯୁକ୍ତି

ଭୁବନେଶ୍ବର: 17ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ଅନୁମୋଦନ ମିଳିଛି।  ଉତ୍କର୍ଷ ଓଡ଼ିଶା ପୂର୍ବରୁ ସିଙ୍ଗିଲ ୱିଣ୍ଡୋ ବୈଠକରେ ୧୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି 17ଟି ପ୍ରକଳ୍ପରେ ମୋଟ ୩୮୮୩ କୋଟି ଟଙ୍କାର ନିବେଶ କରାଯିବ ।

ଏହି ନିବେଶରେ ରାଜ୍ୟ ଶିଳ୍ପ ରୂପାନ୍ତରଣକୁ ଗୁରୁତ୍ୱ ଦିଆଯାଇଛି । ଇସ୍ପାତ, ଔଷଧ, ରାସାୟନ ଏବଂ ଗ୍ରୀନ ଏନର୍ଜୀ ଶିଳ୍ପକୁ ଶକ୍ତି ଦେବ । ଏହା ଦ୍ବାରା ରାଜ୍ୟରେ ୧୨ ହଜାର ୨୮୦ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି ।