fbpx

Debit Card-Credit Cardରେ ପେମେଣ୍ଟ କଲେ ଲାଗିବ ୧୮% GST ! ଜାଣନ୍ତୁ କାହା ପକେଟରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ୟୁଜରମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଏହି କାର୍ଡ ବ୍ୟବହାର କଲେ ଦେବାକୁ ପଡ଼ିବ ୧୮% ଜିଏସଟି । ଜିଏସଟି କାଉନ୍ସିଲ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ତେବେ ଏହି ଜିଏସଟି ଟଙ୍କା ଗ୍ରାହକ ଦେବେ ନାହିଁ । ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ପାଇଁ ଲାଗିବ କି ଜିଏସଟି? ଏହି ନିଷ୍ପତ୍ତି ପରେ ଗ୍ରାହକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ନିଷ୍ପତ୍ତିର ସମ୍ପୂର୍ଣ୍ଣ ତଥ୍ୟ ।

ଜିଏସଟି କାଉନ୍ସିଲ ବୈଠକ ଅନୁସାରେ, ସମସ୍ତ ଟ୍ରାଞ୍ଜାକ୍ସନ ପାଇଁ ଜିଏସଟି ଆଦାୟ କରାଯିବ ନାହିଁ । କେବଳ ୨,୦୦୦ରୁ କମ୍ ଟଙ୍କାର ପ୍ରତ୍ୟେକ ଟାଞ୍ଜାକ୍ସନ ପାଇଁ ୧୮% ଜିଏସଟି ଲାଗୁ କରାଯିବ । ଏଥିରେ ପେମେଣ୍ଟ ଗେଟୱେକୁ କୌଣସି ଛାଡ଼ ମିଳିପାରିବ ନାହିଁ । ଏହି ନିଷ୍ପତ୍ତି ପରେ ଟ୍ରାଞ୍‌ଜାକ୍ସନର ମର୍ଚାଣ୍ଟ ଫିସ୍ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯିବ । ଏହାବ୍ୟତୀତ ଗ୍ରାହକମାନଙ୍କ ଉପରେ ଏହି ଜିଏସଟିର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହି ଜିଏସଟି ଟଙ୍କା ଗ୍ରାହକଙ୍କ ପାଖରୁ ଆଦାୟ କରାଯିବ ନାହିଁ । ବରଂ ଜିଏସଟି ଫିଟମେଣ୍ଟ କମିଟିର ରାୟ ଅନୁସାରେ, ପେମେଣ୍ଟ ଆଗ୍ରିଗେଟର୍ସ ପାଖରୁ ଏହି ଜିଏସଟି ଟଙ୍କା ଆଦାୟ କରାଯିବ । ତେଣୁ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପକପାଇପାରିବ ନାହିଁ ।

ପେମେଣ୍ଟ ଆଗ୍ରିଗେଟର ଏକ ଥାର୍ଡ ପାର୍ଟି ପ୍ଲାଟଫର୍ମ ହୋଇଥାଏ ଏବଂ ଏଖ ମର୍ଚାଣ୍ଟକୁ ଟଙ୍କା ପାଇବାରେ ସାହାଯ୍ୟ କରିଥାଏ । ରେଜରପେ, ପେଟିଏମ ଏବଂ ଗୁଗଲପେ ଆଦି ପେମେଣ୍ଟ ଆଗ୍ରିଗେଟର ଭାବରେ କାର୍ଯ୍ୟ କରିଥାନ୍ତି । ତେବେ ପେମେଣ୍ଟ ଆଗ୍ରିଗେଟର ଏହି ସର୍ଭି ଦେବା ପାଇଁ ମର୍ଚାଣ୍ଟସ ମାନଙ୍କ ପାଖରୁ ପ୍ରତ୍ୟେକ ଟ୍ରାଞ୍‌ଜାକ୍ସନର ୦.୫-୨ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି । ପ୍ରାୟତଃ ଏହା ୧ ପ୍ରତିଶତ ହିସାବରେ ଆଦାୟ ରହିଥାଏ ପେମେଣ୍ଟ ଆଗ୍ରିଗେଟର । ସରକାର ନେଉଥିବା ସର୍ଭିସ ଟାକ୍ସ ଏହି ୦.୫-୨ ପ୍ରତିଶତ ଟଙ୍କାରୁ ହିଁ ନେଇଥାନ୍ତି । ତେଣୁ ସାଧାରଣ ଜନତାଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଛୋଟ ଛୋଟ ଦୋକାନୀ ମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ ।

Get real time updates directly on you device, subscribe now.