fbpx

ଜଙ୍ଗଲ ଭିତରେ ୧୮ ହାତୀଙ୍କ ମୃତଦେହ ଠାବ

ଗୌହାଟୀ,୧୪ ।୫: ଆସାମର ନ’ଗାଁ ଅଞ୍ଚଳ ଜଙ୍ଗଲ ଭିତରେ ପଡ଼ିରହିଛି ୧୮ ହାତୀଙ୍କ ମୃତଦେହ । ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସନ୍ଦେହ କରୁଛି । କୁନ୍ଦେଲି ସଂରକ୍ଷିତ ଜଙ୍ଗଲର ୨ଟି ପୃଥକ ସ୍ଥାନରେ ହାତୀଙ୍କ ମୃତଦେହ ପଡ଼ିରହିଛି । କଠିୟାଟୋଲୀ ରେଞ୍ଜ୍‌ର କୁଣ୍ଡଲୀ ବନାଞ୍ଚଳ ପାହାଡ଼ରେ ଏହି ହାତୀଙ୍କ ମୃତଦେହ ଗୁରୁବାର ଠାବ କରାଯାଇଛି ।

ତେବେ ରାଜ୍ୟ ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ହାତୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସମ୍ପୃକ୍ତ ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ପାହାଡ଼ିଆ। ବନ କର୍ମଚାରୀମାନେ ମଧ୍ୟାହ୍ନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ମୃତଦେହ ଜବତ କରିଛନ୍ତି। ପାହାଡ଼ ଉପରୁ ୧୪ ହାତୀ ମୃତଦେହ ମିଳିଥିବାବେଳେ ଅନ୍ୟଗୁଡ଼ିକ ପହାଡ଼ର ନିମ୍ନଦେଶରୁ ମିଳିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହି ଘଟଣାରେ ବ୍ୟଥିତ ହେବା ସହ ତଦନ୍ତ ନିର୍ଦେଶ ଦେଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ହାତୀମାନଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଆସାମ ବନପ୍ରାଣୀ ବିଭାଗ, ବିଶେଷଜ୍ଞ ଟିମ ଛାନଭିନ ଜାରି ରଖିଛି । ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ଆସାମ ଜଙ୍ଗଲ ମନ୍ତ୍ରୀ ପରିମଲ ଶୁକ୍ଳାବୈଦ ।

Get real time updates directly on you device, subscribe now.