fbpx
BSKY SKY
BSKY SKY

ଚିକିତ୍ସା ସୁବିଧା ନଥିବାରୁ ଗାଁର ଅଧାଲୋକ ହେଲେଣି କରୋନାରେ ସଂକ୍ରମିତ, ୧୫ ଜଣଙ୍କ ମୃତ୍ୟୁ

BSKY

ପାଟନା, ୧୪ା୫: ବିହାରର ବୈଶାଳୀ ଜିଲ୍ଲାକୁ କରୋନା ଗ୍ରାସ କରିଛି । ଗ୍ରାମର ପ୍ରାୟ ଅର୍ଦ୍ଧାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହ ଗ୍ରାମର ୧୫ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି । ବୈଶାଳୀ ଜିଲ୍ଲାର ଘୋସବର ଗ୍ରାମ ହାଜିପୁର-ମୁଜାଫରପୁର ହାଇୱେ ନିକଟରେ ଅବସ୍ଥିତ । ଏହି ଗ୍ରାମରେ ରେଳ ଷ୍ଟେସନ ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିଲେ ମଧ୍ୟ ଚିକିତ୍ସା ସୁବିଧା ମିଳିପାରୁନାହିଁ । ଘୋସବର ଗ୍ରାମରେ ପ୍ରାୟ ୨ ହଜାର ଲୋକ ବାସ କରୁଥିବା ବେଳେ ପ୍ରାୟ ଅଧା ଲୋକ ବିମାର ଅଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି, ଗ୍ରାମର ଲୋକମାନେ ସେମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନା ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ଗ୍ରାମର ୧୦୦ ଲୋକ କୋଭିଡ୍ ଟେଷ୍ଟ କରିଥିବା ବେଳେ ସମସ୍ତଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସମସ୍ତ ଆକ୍ରାନ୍ତଙ୍କୁ ଭ୍ୟାକ୍ସିନ ଦିଆଯାଇଥିଲା । ଗ୍ରାମରେ ଚିକିତ୍ସା ନେଇ କୌଣସି ସୁବିଧା ଉପଲବ୍ଧ ନାହିଁ । ଏସବୁ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.