fbpx
BSKY
BJD YOUTH SKY
BJD MS SKY

୧୮ ହଜାର କୋଟିରେ ପ୍ରସ୍ତୁତ ‘ଅଟଳ ସେତୁ’: ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଉଦଘାଟନ

ମୁମ୍ବାଇ: ଆଜି ଲୋକାର୍ପିତ ହେବାକୁ ଯାଉଛି ଭାରତର ସର୍ବବୃହତ ସାମୁଦ୍ରିକ ସେତୁ । ୨୨ କିଲୋମିଟର ଦୂରତାର ଏହି ‘ଅଟଳ ସେତୁ’କୁ ଆଜି ଦେଶବାସୀଙ୍କ ପାଇଁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜ ମୁମ୍ବାଇରୁ ନୂଆ ମୁମ୍ବାଇର ଦୂରତାକୁ ଆହୁରି କମ୍ କରିଦେଇ ପାରିବ । ୨୨ କି.ମି ଦୂରତାକୁ ଅତିକ୍ରମ କରିବା ପାଇଁ ୨ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର କେଇଟା ମିନିଟରେ ପହଞ୍ଚି ପାରିବେ ସାଧାରଣ ଲୋକେ । ଏହି ବ୍ରିଜ ଦୁଇଟି ସହର ଭିତରେ କେବଳ ଦୂରତା ନୁହେଁ, ସମ୍ପର୍କର ଏକ ନୂଆ ସେତୁ ହୋଇପାରିବ ବୋଲି ଆଶା କରାଯାଉଛି ।

ମୁମ୍ବାଇର ନୀଳ ସାଗର ଉପରେ ପ୍ରସ୍ତୁତ ହୋଇଥିବା ଭାରତର ସର୍ବବୃହତ ପୋଲର ନାମ ହେଉଛି ଅଟଳ ବିହାରୀ ବାଜପେୟୀ ଶେୱାରି -ନ୍ହୱା ସେବା ଅଟଳ ସେତୁ(MTHL) । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ଏହି ସେତୁର ନାମକରଣ କରାଯାଇଛି । ଏହା ଦେଶର ସର୍ବବୃହତ୍ ସାମୁଦ୍ରିକ ସେତୁ ହୋଇଥିବା ବେଳେ ୬ ଲେନ୍ ବିଶିଷ୍ଟ ଏହି ସେତୁର ଲମ୍ବ ୨୧.୮ କିଲୋମିଟର ରହିଛି । ତେବେ ଏହାର ୧୬.୫ କିଲୋମିଟର ଅଂଶ ସମୁଦ୍ର ମଧ୍ୟରେ ରହିଛି ଏବଂ ୫.୫ କିଲୋମିଟର ଅଂଶ ମାଟି ଉପରେ ନିର୍ମାଣ କରାଯାଇଛି । କ୍ୟାବିନେଟ ବୈଠକରେ ଅଟଳ ସେତୁର ଟୋଲ ଦରକୁ ମଞ୍ଜୁରୀ ଦେଇଛନ୍ତି ମହାରାଷ୍ଟ୍ର ସରକାର । ତେବେ ଏହା କେବଳ କାର୍ ଚାଳକଙ୍କ ପାଇଁ ବୋଲି ଜାଣିବାକୁ ମିଳିଛି ।

୨୨ କିଲୋମିଟର ଦୂରତା ଏହି ସେତୁ ଲୋକାର୍ପଣ ପରେ ୨ ଘଣ୍ଟାର ଯାତ୍ରା ମାତ୍ର ୨୦ ମିନିଟ ମଧ୍ୟରେ ସମ୍ଭବ ହୋଇପାରିବ । ମୁମ୍ବାଇ ଏୟାରପୋର୍ଟ ଏବଂ ନୂଆ ମୁମ୍ବାଇ ଏୟାରପୋର୍ଟ ମଧ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିବ ଏହି ଅଟଳ ସେତୁ । ଭରତର ଏହି ସର୍ବବୃହତ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମୋଟ ୨୧,୨୦୦ କେଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏଥିପାଇଁ ୧୫,୧୦୦ ହଜାର କୋଟି ଋଣ ହୋଇଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.