କାର୍ଯ୍ୟରେ ଯୋଗଦେଲେ ୧୮୫ ଜୁନିୟର ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ୱର: ଶୁକ୍ରବାର ୧୮୫ ଜୁନିଅର ଡାଟା ଏଣ୍ଟ୍ରି ଅପରେଟର ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ନିଯୁକ୍ତି ଦିଆଯାଇଛି ।

ଏନେଇ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶାସନର କାର୍ଯ୍ୟକାରିତା ପାଇଁ ତଥ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଷ୍ପତ୍ତିଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା ଏବଂ ସେବା ପ୍ରଦାନ ପାଇଁ ତଥ୍ୟ ସୃଷ୍ଟି, ସଂରକ୍ଷଣ, ସୁରକ୍ଷଶ ଏବଂ ସ୍ଥାନାନ୍ତର ଜରୁରୀ ଅଟେ।

ଯୋଗଦେଇଥିବା ନୂଆ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇ ସିଏମ୍ କହିଛନ୍ତି ଯେ ଡାଟା ଏଣ୍ଟ୍ରି ଅପରେଟର ଭାବରେ ସେମାନେ ପ୍ରଶାସନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଯେହେତୁ ଅଧିକାଂଶ ନୂତନ ନିଯୁକ୍ତିରେ ଆଇଟିରେ ଉଚ୍ଚ ଯୋଗ୍ୟତା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୫ଟି ଅଭିଯାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଟେକ୍ନୋଲୋଜି ଏବଂ ସମୟ। ନିଜର ସର୍ବୋତ୍ତମ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆହ୍ୱାନ କରିଛନ୍ତି । ସେମାନଙ୍କର ଜ୍ଞାନ ଏବଂ ଅଭିଜ୍ଞତା ସହିତ ସେମାନେ ପ୍ରଶାସନ ପାଇଁ ଉପଯୋଗୀ ହେବେ ସେନେଇ ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅତ୍ୟଧିକ ଦାୟିତ୍ୱବାନ ହେବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ର କହିଛନ୍ତି ଯେ ସମୟ ଅନୁଯାୟୀ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ । ୩୦ ବର୍ଷ ପୂର୍ବର ଶାସନ ବର୍ତ୍ତମାନ ସମାନ ନୁହେଁ । କମ୍ପ୍ୟୁଟର ସବୁ ଜାଗାରେ ମିଳିବ, ଏବଂ ଆମର ପ୍ରଶାସନ ଦ୍ରୁତ ସେବା ବିତରଣ ପାଇଁ ସଂପୂର୍ଣ୍ଣ ଭାବେ ଡିଜିଟାଲ୍ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ସରଳତାକୁ ଅନୁସରଣ କରିବା ଏବଂ ୫-ଟି ଆଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଡାଟା ଏଣ୍ଟ୍ରି ଅପରେଟରଙ୍କ ନୂତନ କ୍ୟାଡରରେ ସେମାନେ ପ୍ରଥମ । ଯେହେତୁ ପ୍ରଶାସନର ସମସ୍ତ ଅଫିସ୍ କାର୍ଯ୍ୟ ଅନଲାଇନ୍ ହୋଇଯାଇଛି । କାର୍ଯ୍ୟରେ ଦକ୍ଷତା ପାଇଁ ସେମାନଙ୍କର ବୈଷୟିକ ଜ୍ଞାନକୁ ବ୍ୟବହାର କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏସିଏସ୍ (ଗୃହ) ସଞ୍ଜୀବ ଚୋପ୍ରା ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି ଏବଂ ଓଏସଡି (ଗୃହ) ବିଭାଗ ଧନ୍ୟବାଦ ଜ୍ଞାପନ କରିଥିଲେ।