fbpx

T20 ମ୍ୟାଚରେ ୧୯ଟି ଛକା… ବିଶ୍ୱ ରେକର୍ଡ ସୃଷ୍ଟି କଲେ ଆୟୁଷ ବଦୋନୀ: ୫୫ ବଲରୁ ୧୬୫ ରନ୍

ଓଡ଼ିଶା ଭାସ୍କର: ଆଇପିଏଲର ଷ୍ଟାର ଆୟୁଷ ବଦୋନୀ ଟି-୨୦ କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଦିଲ୍ଲୀ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ ମାତ୍ର ୫୫ ବଲରୁ ୧୬୫ ରନର ବିଶାଳ ସ୍କୋର ହାସଲ କରିଛନ୍ତି ଆୟୁଷ । ଏହି ଇନିଂସରେ ଆୟୁଷ ମୋଟ ୧୯ଟି ଛକା ମାରିବାରେ ସଫଳ ହୋଇଛନ୍ତି । ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିବା ତାଲିକାରେ ଆୟୁଷ ବର୍ତ୍ତମାନ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ଏହି ଇନିଂସ ପରେ ଏକ ବିଶ୍ୱ କୀର୍ତ୍ତିମାନ ରଚିଛନ୍ତି ଷ୍ଟାର କ୍ରିକେଟର ଆୟୁଷ ବଦୋନୀ । ଏହି ମ୍ୟାଚରେ ଏକାଧିକ ରେକର୍ଡ କରି ଦଳକୁ ବିଜୟ ଦେବା ସହ ସେମିଫାଇନାଲ ଟିକେଟ ମଧ୍ୟ ହାସଲ କରିଛନ୍ତି ।

୫୫ ବଲରୁ ୧୬୫ ରନ୍ କରି ଆୟୁଷ ବିଶାଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଏ ନେଇ ଆୟୁଷ କହିଛନ୍ତି ଯେ, କେବଳ ବଲକୁ ହିଟ୍ କରିବା ସହ ଦମଦାର ଟାଇମିଙ୍ଗ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ଆୟୁଷଙ୍କ ଏହି ଇନିଂସ ବଳରେ ୧୧୨ ରନର ଏକ ବୃହତ୍ ବିଜୟ ହାସଲ କରିଛି ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସ । ବ୍ୟକ୍ତିଗତ ଭାବରେ ଆୟୁଷ ଏହି ଇନିଂସରେ ଟି-୨୦ ଇତିହାସର ସର୍ବାଧିକ ୧୯ଟି ଛକା ମାରିବାରେ ସଫଳ ହୋଇଛନ୍ତି । ଏହି ଇନିଂସରେ ଆୟୁଷ ପ୍ରିୟାଂଶ ଆର୍ଯ୍ୟ(୧୨୦)ଙ୍କ ସହ ରେକର୍ଡ ସ୍ତରର ପାର୍ଟନରସିପ୍ କରିଛନ୍ତି । ଦ୍ୱିତୀୟ ୱିକେଟ ପାଇଁ ଆୟୁଷ ଏବଂ ପ୍ରିୟାଂଶ ୨୮୬ ରନର ଭାଗିଦାରୀ ତିଆରି କରିଛନ୍ତି ।

ଆଇପିଏଲରେ ଲକ୍ଷେ୍ø ସୁପର ଜିଆଣ୍ଟସ ତରଫରୁ ଖେଳୁଥିବା ଆୟୁଷ ବଦୋନୀ ଏହି ମ୍ୟାଚରେ ମୋଟ ୧୯ଟି ଛକା ମାରି ଇତିହାସ ସୃଷ୍ଟି କରିଛନ୍ତି । ଟି-୨୦ କ୍ରିକେଟର ସର୍ବାଧିକ ଛକା ମାରିବା ତାଲିକାରେ ଏବେ ସମସ୍ତଙ୍କୁ ସେ ପଛରେ ପକାଇଛନ୍ତି । ଏହାପୂର୍ବରୁ ସର୍ବାଧିକ ଛକାର ରେକର୍ଡ କ୍ରିସ ଗେଲ୍ ଏବଂ ଏଷ୍ଟୋନିଆର ସାହିଲ ଚୌହାନଙ୍କ ନାମରେ ରହିଛି । ଉଭୟ ଖେଳାଳି ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ୧୮ଟି ଛକା ମାରିଥିଲେ ।

Get real time updates directly on you device, subscribe now.