fbpx

(Video) ଟ୍ରେନ୍ ଦୁର୍ଘଟଣା ପାଇଁ ବାତିଲ୍ ହୋଇଛି ୧୯ଟି ଟ୍ରେନ୍; ଯାତ୍ରା କରିବା ପୂର୍ବରୁ ନିଶ୍ଚୟ ଚେକ୍ କରନ୍ତୁ ଲିଷ୍ଟ

Advertisement

କୋଲକାତା: ଟ୍ରେନ୍ ଦୁର୍ଘଟଣା ପାଇଁ ବାତିଲ୍ ହେଲା ଏହିସବୁ ଟ୍ରେନ୍ । ଯାତ୍ରା କରିବା ପୂର୍ବରୁ ନିଶ୍ଚୟ ଚେକ୍ କରନ୍ତୁ ଲିଷ୍ଟ । ପଶ୍ଚିମବଙ୍ଗ ସିଲିଗୁଡୀରେ ସୋମବାର ସକାଳେ ମର୍ମନ୍ତୁଦ ଓ ହୃଦୟ ବିଦାରକ ଦୁର୍ଘଟଣାର ଶିକାର ହୋଇଛି କଂଚନଜଙ୍ଗା ଏକ୍ସପ୍ରେସ । ଟ୍ରେନଟି କୋଲକାତାର ସିୟାଲଦାହ ଷ୍ଟସନ ଯାଉଥିଲା । ହେଲେ ଏତିକି ବେଳେ ସିଲିଗୁଡୀ ରଂଗାପାନୀରୁ ଏକ ମାଲବାହୀ ଟ୍ରେନ ପଛରୁ ଆସି ତାକୁ ଶକ୍ତ ଧକା ଦେଇଥିଲା । ଯାହାଫଳରେ ବଗୀ ଗୁଡିକ ଗୋଟିଏ ପରେ ଗୋଟିଏ ଉପରକୁ ଚଢି ଯାଇଥିଲା ।

ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ସେପଟେ ଏମିତି ଦୁର୍ଘଟଣା କାରଣରୁ ବାତିଲ ହୋଇଛି ୧୯ଟି ଟ୍ରେନ୍ । ଚାଲନ୍ତୁ ନଜର ପକାଇନେବା ସେହିସବୁ ଟ୍ରେନ ଗୁଡକ ଉପରେ ଯାହା ବାତିଲ ହୋଇଛି । ନେହେଲ ନିହାତି ଭାବରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, ଯଦି ଯିବା ପୂର୍ବରୁ ଏହି ଲିଷ୍ଟ ଉପରେ ନଜର ନ ପକାନ୍ତି ।

୧୯୬୦୨- ନ୍ୟୁ ଜଲପାଇଗୁଡୀ-ଉଦୟପୁର ସିଟି ୱିକଲୀ ଏକ୍ସପ୍ରେସ
୨୦୫୦୩- ଡିବ୍ରୁଗଡ୍‌- ନ୍ୟୁ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ
୧୨୪୨୩- ଡିବ୍ରୁଗଡ୍‌- ନ୍ୟୁ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ
୦୧୬୬୬- ଅଗରତାଲା- ରାଣୀ କମଲାପତି ସ୍ପେଶାଲ ଟ୍ରେନ୍‌
୧୨୩୭୭- ସିୟାଲଦାହ- ନ୍ୟୁ ଅଲୀପୁରଦ୍ୱାରା ପଦାତିକ ଏକ୍ସପ୍ରେସ
୦୬୧୦୫- ନଗରକଏଲ ଜଙ୍କସନ୍‌- ଡିବ୍ରୁଗଡ୍ ସ୍ପେଶାଲ୍‌
୨୦୫୦୬-ନ୍ୟୁ ଦିଲ୍ଲୀ- ଡିବ୍ରୁଗଡ୍ ରାଜଧାନୀ ଏକ୍ସପ୍ରେସ
୧୨୪୨୪- ନ୍ୟୁ ଦିଲ୍ଲୀ- ଡିବ୍ରୁଗଡ୍ ରାଜଧାନୀ ଏକ୍ସପ୍ରେସ
୨୨୩୦୧- ହାୱଡା- ନ୍ୟୁ ଜଲପାଇଗୁଡୀ ବନ୍ଦେ ଭାରତ ଏକ୍ସପ୍ରେସ
୧୨୩୪୬- ଗୁଆହାଟୀ- ହାୱଡା ସରାୟଘାଟ ଏକ୍ସପ୍ରେସ
୧୨୫୦୫ –କାମାକ୍ଷା- ଆନନ୍ଦ ବିହାର ନର୍ଥ ଇଷ୍ଟ ଏକ୍ସପ୍ରେସ
୧୨୫୧୦- ଗୁଆହାଟୀ- ବେଙ୍ଗାଲୁରୁ ଏକ୍ସପ୍ରେସ
୨୨୩୦୨- ନ୍ୟୁ ଜଲପାଇଗୁଡୀ- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ
୧୫୬୨୦- କାମାକ୍ଷା- ଗୟା ଏକ୍ସପ୍ରେସ
୧୫୯୬୨- ଡିବ୍ରୁଗଡ୍‌- ହାୱଡା କାମରୂପ୍ ଏକ୍ସପ୍ରେସ
୧୫୬୩୬- ଗୁଆହାଟୀ- ଓଖା ଏକ୍ସପ୍ରେସ
୧୫୯୩୦- ନ୍ୟୁ ତିନଶୁକଲା- ତମ୍ବାରାମ୍ ଏକ୍ସପ୍ରେସ
୧୩୧୪୮ ୫୨- ବାମନହାଟ- ସିୟାଲଦାହ ଉତ୍ତର ବଙ୍ଗା ଏକ୍ସପ୍ରେସ
୨୨୫୦୪- ଡିବ୍ରୁଗଡ୍‌- କନ୍ୟାକୁମାରୀ ଏକ୍ସପ୍ରେସ୍‌

Get real time updates directly on you device, subscribe now.