ଫୁଟୁଥିବା ତେଲ କଡେଇରେ ପଡିଗଲା ୨.୫ ବର୍ଷର ଶିଶୁ, ତା ପରେ…

ଫୁଟୁଥିବା ତେଲ କଡେଇରେ ପଡି ୨.୫ ବର୍ଷର ଶିଶୁ ମୃତ!

ମଧ୍ୟପ୍ରଦେଶ: ଖେଳୁ ଖେଳୁ ଫୁଟୁଥିବା ତେଲ କଡେଇରେ ପଡିଗଲା ୨.୫ ବର୍ଷର ଶିଶୁ! ଏଭଳି ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉମାରିଆରେ।

ରୋଷେଇ କରୁଥିବା ବେଳେ ମା’ ପାଖରେ ଖେଳୁଥିବା ୨.୫ ବର୍ଷ ଶିଶୁ ଗରମ ତେଲ କଡେଇରେ ପଡ଼ିଯାଇଥିଲା, ଯାହାଫଳରେ ଶିଶୁଟିର ମୃତ୍ୟୁ ହୋଇଛି।

ଶୁକ୍ରବାର ସକାଳେ, ମୃତ ଶିଶୁ ହିତେଶ ସାହୁ ନିଜ ଘରର ରୋଷେଇ ଘର ନିକଟରେ ଖେଳୁଥିଲା। ଏହି ସମୟରେ ତା’ର ମା’ ବିମଲା ସାହୁ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ରୋଷେଇ ସାରିବା ପରେ ସେ ସେହି କଡେ଼ଇଟିକୁ ଏକ କୋଣରେ ଥୋଇଦେଲେ।

ଖେଳୁଥିବା ଅବସ୍ଥାରେ ଅଜଣା ଥିବା ହିତେଶ ସେହି ତେଲ କଡେଇରେ ପଡିଯାଇଥିଲା। ଶିଶୁର ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ।

କିନ୍ତୁ, ଶିଶୁର ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ଘରୋଇ ହସ୍ପିଟାଲର ଡାକ୍ତରମାନେ ତାକୁ କଟନୀ ଜିଲ୍ଲା ହସ୍ପିଟାଲକୁ ରେଫର କରିଥିଲେ। ଦୁର୍ଭାଗ୍ୟବଶତଃ, ଚିକିତ୍ସା ସମୟରେ ହିତେଶ ତା’ର ଦଗ୍ଧ ଆଘାତ ଯୋଗୁଁ ମୃତ୍ୟୁବରଣ କରିଥିଲା।