ସମର କ୍ୟାମ୍ପରେ ଅଢ଼େଇ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ନାଚ ସାର୍
ନାଚ ଶିଖାଉ ଶିଖାଉ ନାବାଳିକା ଉପରେ ପାପ ନଜର ପକାଇଥିଲା ନାଚ ମାଷ୍ଟର।
ମହାରାଷ୍ଟ୍ର: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ଘଟଣା। ଠିକ୍ ସେହିପରି ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ସମର କ୍ୟାମ୍ପରେ ନାଚ ଶିଖାଉ ଶିଖାଇ ଜଣେ ଅଢ଼େଇ ବର୍ଷର ନାବାଳିକାକୁ ୪୫ ବର୍ଷୀୟ ନାଚ ସାର୍ ଦୁଷ୍କର୍ମ କରିଥିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଛି।
ଘଟଣାଟି ମହାରାଷ୍ଟ୍ରର ଉଲ୍ଲାସନଗରର ବୋଲି ଜଣାପଡିଛି। ସମର କ୍ୟାମ୍ପରେ ଛୋଟ ଝିଅଟିକୁ ଦୁଷ୍କର୍ମ କରିଥିଲେ ନାଚ ଶିକ୍ଷକ। ପରେ ଝିଅଟି ଯେତେବେଳେ ଘରକୁ ଫେରିଥିଲା ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଲା। ପରେ ପରିବାର ଲୋକେ ଜାଣିବାକୁ ପାଇଲେ କି ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଛନ୍ତି।
ପରେ ଝିଅର ବାପା-ମା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ କର୍ମଚାରୀ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ। ଉଲ୍ଲାସନଗର ଡିସିପି ସଚିନ ଗୋର ଏବଂ ବିଠଲୱାଡି ପୋଲିସ ଷ୍ଟେସନର ବରିଷ୍ଠ ଅଧିକାରୀ ଅନିଲ ପଡୱାଲଙ୍କ ମାର୍ଗଦର୍ଶନରେ ନାଚ ସାରଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା।
ଗିରଫ ହେବାର ପରଦିନ ଅଭିଯୁକ୍ତ ଶିକ୍ଷକକୁ ଉଲ୍ଲାସନଗର କୋର୍ଟରେ ହାଜର କରାଯାଇଥିଲା ଏବଂ ତଦନ୍ତ ଜାରି ରହିଥିବାରୁ ତାଙ୍କୁ ତିନି ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।