CHARIDHAM

ସବସିଡି କରାଇଦେବା ପାଇଁ ଚାଷୀଙ୍କଠୁ ଲାଞ୍ଚ ନେଉଥିଲେ କୃଷି ଅଧିକାରୀ, ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଉମରକୋଟ କୃଷି ଡିଭିଜନର ୨ ଅଧିକାରୀ ।

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ଡିଭିଜନର ଦୁଇ ଅଧିକାରୀ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଜଣେ ଚାଷୀଙ୍କ ଠାରୁ ଜଳ ନିଧି ଯୋଜନାର ସବସିଡି କରାଇଦେବା ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଜଣାପଡିଛି ।

ଲାଞ୍ଚ ନେବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ଭିଜିଲାନ୍ସ ଟିମ୍ । ଯେତେବେଳେ କୃଷି ଅଧିକାରୀ ଲାଞ୍ଚ ନେଉଥିଲେ ତାଙ୍କୁ ଧରିଛି ଭିଜିଲାନ୍ସ । ଗିରଫ ଦୁଇ ଅଧିକାରୀ ହେଉଛନ୍ତି, କୃଷି ଡିଭିଜନର ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଏବଂ ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ବୁନ୍ଦେଲ।

ଖବର ଅନୁଯାୟୀ, ଜାମରାଣ୍ଡ୍‌ ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଜଳ ନିଧି ଯୋଜନାର ସବସିଡି କରାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ବର୍ତ୍ତମାନ ଭିଜିଲାନ୍ସ ଟିମ୍‌ ଚଢାଇ କରି ପଚରାଉଚରା ଜାରି ରଖିଛି ।