fbpx

ଲକଡାଉନରେ ଚାଲିବ +୨ ଖାତାଦେଖା

ଭୁବନେଶ୍ୱର,୨୩ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ପାଇଁ ଲାଗୁ ହୋଇଛି ଲକଡାଉନ୍ । କିନ୍ତୁ ଏହି ଲକଡାଉନ ମଧ୍ୟରେ ବି ରାଜ୍ୟରେ +୨ ମୂଲ୍ୟାୟନ ଚାଲିବ । ଏନେଇ ମୂଲ୍ୟାୟନ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ସୂଚନା ମିଳିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ଜଣାଇଛି ଗଣଶିକ୍ଷା ବିଭାଗ ।

ତେବେ ମୂଲ୍ୟାୟନ ପାଇଁ ପଦକ୍ଷେପ ନେବାକୁ ସିଏଚଏସଇ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ମୂଲ୍ୟାୟନ ସମୟରେ କରୋନା ମାର୍ଗଦର୍ଶିକା ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.