fbpx

ଆତଙ୍କବାଦକୁ ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି: ଆସାମ ରାଇଫଲ୍ସର ୨ ବାଟାଲିୟନ ପଠାଯିବ ଜମ୍ମୁ କଶ୍ମୀର

ନୂଆଦିଲ୍ଲୀ: ଗତ କିଛିଦିନ ଭିତରେ ଜମ୍ମୁ କଶ୍ମୀରରେ କ୍ରମାଗତ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା ଗ୍ରୀଡକୁ ମଜବୁତ କରିବା ପାଇଁ ଆସାମ ରାଇଫଲସର ୨ ବାଟାଲିୟନଙ୍କୁ ଜମ୍ମୁ କ୍ଷେତ୍ରକୁ ସ୍ଥାନାନ୍ତରିତ କରିବାକୁ କୁହାଯାଇଛି । ମଣିପୁରରୁ ଆସାମ ରାଇଫଲ୍ସର ୨ ବାଟାଲିୟନଙ୍କୁ ଜମ୍ମୁ କ୍ଷେତ୍ରକୁ ସ୍ଥାନାନ୍ତରିତ କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ସୁରକ୍ଷା ଗ୍ରୀଡକୁ ମଜବୁତ କରିବା ପାଇଁ ନିକଟରେ ଜମ୍ମୁ କ୍ଷେତ୍ରରେ ୩ ହଜାର ଅତିରିକ୍ତ ଯବାନ ଓ ୨ ହଜାର ବିଏସଏଫ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା । ପାଖାପାଖି ୪୦-୫୦ ପାକିସ୍ତାନୀ ଆତଙ୍କବାଦୀ ଡୋଡା, ରାଜୌରୀ, ପୁଞ୍ଛ, ଉଧମପୁର ଓ ଅନ୍ୟ ସ୍ଥାନଗୁଡ଼ିକର ଉପର ଅଞ୍ଚଳରେ ଲୁଚି ରହିଥିବା ଏକ ସୋର୍ସରୁ ଜଣାପଡ଼ିଛି । ତେଣୁ ଜମ୍ମୁ କ୍ଷେତ୍ରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ରୋକିବା ପାଇଁ ଅତିରିକ୍ତ ସୈନିକଙ୍କୁ ସେଠାରେ ମୁତୟନ କରାଯାଉଛି ।

Get real time updates directly on you device, subscribe now.