ସୁପ୍ରିମ କୋର୍ଟକୁ ଉଡାଇବା ରଚିଥିଲା ଷଡଯନ୍ତ୍ର, ନିଜେ ଉଡିଗଲା ଆତଙ୍କୀ

ନୂଆଦିଲ୍ଲୀ- ସୁପ୍ରିମ କୋର୍ଟରେ ଦିନର କାମ ସରିଛି, ହଠାତ୍ ଥରିଉଠିଲା କୋର୍ଟ ପରିସର । ଯିଏ ଯୁଆଡେ ପାରିଲେ ଧାଇଁଲେ ଜୀବନ ବିକଳରୋ ବିଚାରପତି ଓ କର୍ମଚାରୀଙ୍କୁ ସୁରକ୍ଷାବଳ ସୁରକ୍ଷିତ ବାହାରକୁ ବାହାର କରିବା ସହ ପୂରା ଏରିଆକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଏଥିରେ ଆତ୍ମଘାତୀ ଆତଙ୍କୀର ମୃତ୍ୟୁ ହୋଇଛି । ଅଧିକ କେହି ମୃତାହତ ହୋଇ ନ ଥିବା ଖବର ରହିଛି ।
ସୂଚନା ମୁତାବକ, ସୁପ୍ରିମ କୋର୍ଟରେ ଏକ ବିସ୍ଫୋରଣ କରିବାର ମସୁଧା ବିଫଳ ହୋଇଛି । ଜନୈକ ବ୍ୟକ୍ତି ନିଜ ଶରୀରରେ ବୋମା ଖଞ୍ଜି କୋର୍ଟ ପରିସରକୁ ଯିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ କୋର୍ଟ ବାହାରେ ବିସ୍ଫୋରଣ ହୋଇଛି । ୨୦ ସିକେଣ୍ଡରେ ଦୁଇଟି ବିସ୍ଫୋରଣ ହୋଇଛି । କାର୍ଯ୍ୟକାଳ ସମାପ୍ତ ହେବା ପରେ ପରେ ପ୍ରାୟ ୭ଟାରେ ଏହି ବିସ୍ଫୋରଣ ହୋଇଛି । ବୁସ୍ଫୋରଣକୁ ନେଇ କୋର୍ଟ ପରିସରରେ ଥିବା ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିଲା ।
ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ରାଜଧାନୀରେ ସୁପ୍ରିମ କୋର୍ଟକୁ ଲାଗି ସଂସଦ ଭବନ ଓ ରଷ୍ଟ୍ରପତି ଭବନ ଓ ଅନ୍ୟ ଉଚାୟୁକ୍ତଙ୍କ ଦଫତର ଥିବାରୁ ଅଞ୍ଚଳକୁ ସୁରକ୍ଷାବଳ ତୁରନ୍ତ ନିଜ ଅକ୍ତିଆରକୁ ନେଇଥିଲା । ଘଟଣାଟି ଘଟିଛି ବ୍ରାଜିଲର ରାଜଧାନୀ ବ୍ରାସିଲିଆରେ ଅବସ୍ଥାପିତ ସୁପ୍ରିମ କୋର୍ଟ ପରିସରରେ ।
କିଛିଦିନ ଆଗରୁ ବ୍ରାଜିଲର ମୈସିୟାରେ ଏକ ଆବାଶି କୋଠାରେ ବିସ୍ଫୋରଣ ଘଟିଥିଲା । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ ।