fbpx

(Video) ପୁଣି ଏକ ବଡ଼ ଅଘଟଣ: ପାସେଞ୍ଜର ଟ୍ରେନରୁ ବିଚ୍ୟୁତ ହେଲା ଦୁଇଟି ବଗି

ନୂଆଦିଲ୍ଲୀ: ନିକଟରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଛୋଟ ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଗତ ମାସରେ ଉତ୍ତରପ୍ରଦେଶର ଆମରୋହା ଓ ରାଜସ୍ଥାନର ଅଲୱାରରେ ଦୁଇଟି ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଗତ ମାସ ୨୦ ତାରିଖରେ ୟୁପିରେ ଗୋଟିଏ ମାଲଗାଡ଼ିରୁ ଅନେକ କୋଚ ଟ୍ରାକ ତଳକୁ ଖସିଯାଇଥିଲା । ସେହିପରି ୨୧ ତାରିଖରେ ଅଲୱୋର ରେଲୱେ ଜଙ୍କସନ ଠାରୁ ୩ କିମି ଦୂରରେ ରାତି ଅଧରେ ଏକ ମାଲଗାଡ଼ିରୁ ୩ଟି ଡବା ଟ୍ରେନ ଲାଇନରୁ ବିଚ୍ୟୁତ ହୋଇଯାଇଥିଲା । ଫଳରେ ଅଲୱାର-ମଥୁରା ଟ୍ରେନ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ତେବେ ଏହା ମଧ୍ୟରେ ପୁଣି ଘଟିଛି ଏକ ବଡ଼ ଅଘଟଣ । ମଧ୍ୟପ୍ରଦେଶର ଇଟାରସୀ ରେଲୱେ ଜଙ୍କସନରେ ଏକ ପାସେଞ୍ଜର ଟ୍ରେନ ଲାଇନରୁ ୨ଟି କୋଚ ବିଚ୍ୟୁତ ହୋଇଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ଏକ ବଡ଼ ଦୁର୍ଘଟଣାକୁ ସହଜରେ ଏଡ଼ାଇ ଦିଆଯାଇଥିଲା । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନଥିଲା । ମାତ୍ର ଯାତ୍ରୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିଲା । ଖବର ପାଇ ସ୍ଥାନୀୟ ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଟ୍ରେନର ଦୁଇଟି ଏସି କୋଚ ବି୧ ଓ ବୁ୨ ଟ୍ରାକରୁ ବାହାରି ଯାଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.