fbpx
BSKY SKY
BSKY SKY

ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଆଉ ୨ ଗୁରୁତର

BSKY

ବଲାଙ୍ଗୀର,୫ ।୨(ଓଡିଶା ଭାସ୍କର):ଗଛରେ କାର୍ ପିଟି ହେବା ଫଳରେ ଚାଲିଗଲା ୨ ଜୀବନ । ଏହି ଅଘଟଣ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରାସ୍ତାର ସାଗରପାଲିରେ ଘଟିଯାଇଛି । ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ କାରଟି ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.