fbpx

ଭାରତ-ଚେନ୍ନାଇ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଶକ୍ତ ଝଟକା, ଟିମରୁ ବାହାରିଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୫ ।୨: ଆଜିଠାରୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଭାରତୀୟ ସ୍ପିନର ଅକ୍ଷର ପଟେଲ ଆହତ ହେବା କାରଣରୁ ଟିମରୁ ବାଦ୍ ପଡିଛନ୍ତି । ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତୀୟ ଦଳରେ ଶାହବାଦ ନଦିମ ଓ ରାହୁଲ ଚହରଙ୍କୁ ଯୋଡା ଯାଇଛି । ଗୁରୁବାର ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷଣ ସମୟରେ ଅକ୍ଷର ନିଜର ବାମ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ । ବିସିସିଆଇ ମେଡିକାଲ ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଛି । ରିପୋର୍ଟ ଆସିବା ପରେ ଜଣାପଡିବ କି, ଅକ୍ଷର ପଟେଲ ବାକି ସିରିଜରେ ଖେଳିବେ ନା ନାହିଁ?

ତେବେ ଏକ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବା ପରେ ଆଜିଠାରୁ ଦେଶରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । କରୋନା ସଙ୍କଟ ଯୋଗୁଁ ଗତ ଏକ ବର୍ଷ ଧରି ଦେଶରେ କୌଣସି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଖେଳାଯାଇନଥିଲା । ଆଜିଠାରୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ସକାଳ ୯ଟା ୩୦ରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ । ଭାରତ ଗସ୍ତରେ ଇଂଲଣ୍ଡ ମୋଟ୍ ୪ଟି ମ୍ୟାଚ୍ ଟେଷ୍ଟ ସିରିଜ ଖେଳିବ । କରୋନା କାରଣରୁ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ କୌଣସି ଦର୍ଶକ ରହିବେ ନାହିଁ ।

Get real time updates directly on you device, subscribe now.