ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।
ଆଜିର ପ୍ରଥମ ଦିନରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ପରୀକ୍ଷା ଦେବେ ୧ ଲକ୍ଷ ୧୪ ହଜାର ୯୮୦ ଜଣ ।
୧୯ ତାରିଖରେ କଳାଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ରେଗୁଲାର ଓ ଏକ୍ସରେଗୁଲାର ମିଶି ସମୁଦାୟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷା ଦେବେ । ରାଜ୍ୟରେ ମୋଟ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।
ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀମାନେ ୩୦ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ୧୫ ମିନିଟ ପୂର୍ବରୁ ପରୀକ୍ଷା ହଲରେ ପ୍ରବେଶ କରିବେ ।
ସିସିଟିଭି ଜଗିବ ପରୀକ୍ଷା ହଲ । ଯାହାର ଲାଭଇଭ ଷ୍ଟ୍ରିମିଂ ବି ହେବ । ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ୫ ସ୍ତରୀୟ ବ୍ୟବସ୍ଥା କରାଯାଇଛି ।