fbpx

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ବହୁ ଯାତ୍ରୀ ମୃତାହତ ଆଶଙ୍କା, ବଗିତଳେ ଚାପି ହୋଇରହିଛନ୍ତି ଅନେକ ଯାତ୍ରୀ

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ବାହାନଗା ନିକଟରେ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ ହୋଇଥିଲା ବେଳେ ଏହା ପଛକୁ କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ଟ୍ରେନ୍‌ ତେଳେ ବର୍ତ୍ତମାନ ସୁଦ୍ଧା ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି। ଶତାଧିକ ଲୋକେ ଆହତ ହୋଇଥିବା ଆଶଙ୍କା କରାଯାଉଛି।

ମିଳିଥିବା ସୂଚନ ମୁତାବକ ୩୦ ରୁ ଅଧିକ ମୃତ୍ୟ ବାରଣ କରିଥିବା ବେଳେ ‘ପାଖାପାଖି ୫୦ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚିଛି। କିନ୍ତୁ ଆହତମାନେ ବହୁତ ଅଧିକ ରହିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଘଟଣା ସ୍ଥଳକୁ ବସ୍ ପଠାଯାଉଛି ବୋଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରିଛନ୍ତି।

 

Get real time updates directly on you device, subscribe now.