fbpx

ଟ୍ରେନ ପରେ ବିମାନ ଦୁର୍ଘଟଣା: ରନୱେରେ ଯିବା ବେଳେ ଧକ୍କା ହୋଇଗଲେ ଦୁଇ ବିମାନ…

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ଦେଶବାସୀଙ୍କ ମନରୁ ଲିଭିନି । ସାରା ବିଶ୍ୱରେ ଏହି ଦୁର୍ଘଟରାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ବିମାନ ଏକ ଦୁର୍ଘଟଣା ସାମନାକୁ ଆସିଛି । ବିମାନବନ୍ଦରର ରନୱେରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଥିବା ଜାଣିବାକୁ ମିଳିଛି । ତେବେ ଏହି ଦୁର୍ଘଟଣାରେ ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଛି । ଯାହା ଫଳରେ କିଛି ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ଚଳାଚଳ ।

ସୂଚନା ଅନୁସାରେ, ଜାପାନର ଟୋକିଓ ମୁଖ୍ୟ ବିମାନବନ୍ଦରରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ଥାଇ ଏୟାରୱେଜ ଇଣ୍ଟରନ୍ୟାସନାଲର ବ୍ୟାଙ୍କକ ଅଭିମୁଖେ ଯାତ୍ରା କରୁଥିବା ବେଳେ ରନୱେରେ ଠିଆ ହୋଇଥିବା ଇଭା ଏୟାରୱେଜକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରେ ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ଯୋଗୁଁ କେବଳ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୨ ଘଣ୍ଟା ପର୍ଯ୍ୟନ୍ତ ରନୱେ ବନ୍ଦ ରହିବାରୁ କେତେକ ବିମାନ ବିଳମ୍ବରେ ଉଡାଣ ଆରମ୍ଭ କରିଛି । ଏ ନେଇ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଇସାମୁ ୟାମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.