ଛତିଶଗଡ଼ରେ ଏନ୍‌କାଉଣ୍ଟର, ୨ ହାର୍ଡକୋର ମାଓବାଦୀ ନିହତ

କୋଣ୍ଡାଗାଓଁ-ନାରାୟଣପୁର ସାମାନ୍ତ କିଲମ-ବାରଗୁମ୍‌ ମାର୍କମ ପାଲ ଜଙ୍ଗଲରେ ଏନକାଉଣ୍ଟର ।

ନୂଆଦିଲ୍ଲୀ: ଛତିଶଗଡ଼ରେ ଏନ୍‌କାଉଣ୍ଟର । ଛତିଶଗଡ଼ରେ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ  ହୋଇଛନ୍ତି ।

କୋଣ୍ଡାଗାଓଁ-ନାରାୟଣପୁର ସୀମାନ୍ତ କିଲମ-ବାରଗୁମ୍‌ ମାର୍କମ ପାଲ ଜଙ୍ଗଲରେ ମୃତ୍ୟୁ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ପୂର୍ବରୁ ନିହତ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ପ୍ରକାଶଥାଉକି, ଗତ ମାର୍ଚ୍ଚ 28 ତାରିଖରେ  ଜମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା ।

ଏଥିରେ 3 ଜଣ ଯବାନ ଶହୀଦ ହୋଇଥିବା ବେଳେ 3ଜଣ ଆତଙ୍କୀ ଟଳି ପଡିିଥିଲେ । ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ସମ୍ପ୍ରତି ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ବିରୁଦ୍ଧରେ ଚାଲିଥିବା ସର୍ଚ୍ଚ ଅପରେସନ୍ ସମୟରେ ହଠାତ୍ ଗୁଳିଚାଳନା ହୋଇଥିଲା।

ଆତଙ୍କବାଦୀମାନେ ଜଙ୍ଗଲରେ ଲୁଚି ରହିଥିଲେ ଏବଂ ସେମାନେ ସେମାନଙ୍କ ଆଡ଼କୁ ଆସୁଥିବା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ ।