ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଖରା ଏବଂ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି। କିନ୍ତୁ ବର୍ତ୍ତମାନ ଏକ ଆଶ୍ଵସ୍ତିକର ଖବର ସାମ୍ନାକୁ ଆସିଛି। କିନ୍ତୁ ବର୍ଷା ଘଡଘଡି ପାଇଁ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି।
ଆଗାମୀ 2ରୁ 3 ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ 7 ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ । କୁଆ ପଥର ମାଡ଼ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସୂଚନାନୁଯାୟୀ, ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି। ଘଣ୍ଟାକୁ 60 ରୁ 70 କିମି ବେଗରେ ପବନ ବହିପାରେ।
କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼, ଜୟପୁର, ବାଲେଶ୍ବର, ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣଂ ଏବଂ 18 ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ ।