(Video) ଅମାନିଆ କାର୍ ଡ୍ରାଇଭର, ରାସ୍ତାରେ ୯ ଜଣଙ୍କୁ ଚାପିଦେଲା, ୨ ଜଣଙ୍କ ମୃତ୍ୟୁ
ଏକ କାର୍ ଦ୍ରୁତ ଗତିରେ ଆସି ୯ଜଣଙ୍କୁ ଚାପିଦେଉଛି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ନାହରଗଡ଼ ଅଞ୍ଚଳରେ ସୋମବାର ସଂଦ୍ୟାରେ ହିଟ-ଆଣ୍ଡ-ରନର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଅମାନିଆ କାର୍ ଚାଳକ ଅନେକ ଟୁ-ହ୍ୱିଲର ଯାତ୍ରୀ ଏବଂ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡ଼ିଯାଇଛି।
ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୭ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ, ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, କିପରି ଏକ ଧଳା ରଙ୍ଗର ଗାଡ଼ି ଦ୍ରୁତଗତିରେ ଆସି ଲୋକଙ୍କ ଉପରେ ମାଡ଼ିଯାଉଛି।
VIDEO | Rajasthan: At least two people were killed and several others injured when an SUV mowed them down in Jaipur’s Nahargarh area. CCTV visuals of the incident.#JaipurNews #RajasthanNews
(Viewer discretion advised)
(Source: Third Party) pic.twitter.com/wrMMhXSI1Y
— Press Trust of India (@PTI_News) April 8, 2025
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ କାରକୁ ପିଛା କରି ତାକୁ ଘେରିଯାଇଛନ୍ତି ଏବଂ ଡ୍ରାଇଭରକୁ ଧରି ଥାନାକୁ ନେଇଛନ୍ତି। ପୋଲିସ କହିଛି ଯେ, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ସମୟରେ ଡ୍ରାଇଭର ଖୁବ ନିଶାରେ ଥିଲା।