fbpx

ହୋଟେଲ, ପର୍ଯ୍ୟଟନ ଓ ରେଷ୍ଟୁରାଣ୍ଟ କ୍ଷେତ୍ରରେ ବୃହତ୍ ନିଯୁକ୍ତି: ଆସନ୍ତା ୧୨-୧୮ ମାସ ମଧ୍ୟରେ ଦିଆଯିବ ୨ ଲକ୍ଷ ନିଯୁକ୍ତି!

ନୂଆଦିଲ୍ଲୀ: କୋଭିଡ-୧୯ ସମୟରେ ସାରା ବିଶ୍ୱର ଅର୍ଥନୀତି ହଲଚଲ ହୋଇପଡ଼ିଥିବା ବେଳେ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ କମ୍ପାନୀମାନେ ବହୁ ମାତ୍ରାରେ କର୍ମଚାରୀଙ୍କୁ ଛଟେଇ କରିଥିଲେ । ବିଶେଷ କରି କରୋନା ସମୟରେ ନିଜର ଅସ୍ତିତ୍ୱ ହରାଇ ବସିଥିବା ହୋଟେଲ ଶିଳ୍ପ ଏବେ ନିଜର ସମ୍ପ୍ରସାରଣ ପାଇଁ ଏକ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି । ହୋଟେଲ ଶିଳ୍ପରେ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଷ୍ଟାଫିଂ ସର୍ଭିସେସ ଫାର୍ମ ଟିମଲିଜ୍ ସର୍ଭିସେସ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ଏପରି ହୁଏ, ତେବେ ହଜାର ହଜାର ଯୁବକ, ଯୁବତୀଙ୍କୁ କର୍ମ ନିଯୁକ୍ତି ମିଳିପାରିବ ।

ଉକ୍ତ ରିପୋର୍ଟ ମୁତାବକ, ହୋଟେଲ, ପର୍ଯ୍ୟଟନ ଓ ରେଷ୍ଟୁରାଷ୍ଟ କ୍ଷେତ୍ରରେ ଏକ ବୃହତ୍ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ୩ଟି କ୍ଷେତ୍ରରେ ଆସନ୍ତା ୧୨-୧୮ ମାସ ମଧ୍ୟରେ ୨ ଲକ୍ଷ ନିଯୁକ୍ତି ହୋଇପାରେ ବୋଲି କୁହାଯାଇଛି । ହୋଟେଲ ଶିଳ୍ପର ବିଭିନ୍ନ ସେଗମେଣ୍ଟରେ ମାନବ ସମ୍ବଳ ଶକ୍ତିକୁ ବୃଦ୍ଧି କରାଯିବ । ସ୍ଥାୟୀ, ଅସ୍ଥାୟୀ ଓ ଗିଗ୍ ପଦରେ ଅନେକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି । ଟିମଟିଜର କଞ୍ଜ୍ୟୁମର, ହସ୍ପିଟାଲିଟି ଆଣ୍ଡ ଇ-କମର୍ସ ମୁଖ୍ୟ ଓ ଉପସଭାପତି ବାଲସୁବ୍ରମନ୍ୟମ୍ ଏ ଏ ବାବଦରେ ସୂଚନା ଦେଇଛନ୍ତି ।

କ୍ଷୁଦ୍ର ଓ ମିଡ-ଟାୟର ହୋଟେଲମାନଙ୍କରେ ଟର୍ଣ୍ଣଓଭର ହାର ମାସିକ ୩୦-୫୦ ପ୍ରତିଶତ ବୃଦ୍ଧି ହୋଇପାରେ । ସେଥିପାଇଁ ଅଧିକ ମାନବ ସମ୍ବଳର ଆବଶ୍ୟକତା ପଡ଼ିବ । ମାର୍କେଟ ଟ୍ରେଣ୍ଡ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହସ୍ପିଟାଲିଟୀ ସେକ୍ଟର ପୁଞ୍ଜି ଗ୍ରହଣ ଉପରେ ଗୁରୁତ୍ୱ ଦେଉଛି । ଏଭଳି ସ୍ଥିତିରେ ରୟାଲ ଅରଚିଡ୍ ହୋଟେଲ ପକ୍ଷରୁ ୩ଟି ନୂଆ ବ୍ରାଣ୍ଡ ପଶ୍ଚିମ ଭାରତରେ ଲଞ୍ଚ କରିବାକୁ ଯାଉଛି । ସେହିପରି ଫଚ୍ୟୁନ ହୋଟେଲସ ଓ ଲେମନ ଟ୍ରିମ ମଧ୍ୟ ସେମାନଙ୍କର ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଯୋଜନା କରୁଛନ୍ତି । ଉଭୟ ଘରୋଇ ଅନ୍ତର୍ଜାତୀୟ ପର୍ଯ୍ୟଟକମାନେ ଅଧିକ ମାତ୍ରାରେ ଆଗମନ କରିବା ନେଇ ପୂର୍ବାନୁମାନ କରାଯାଉଛି ।

Get real time updates directly on you device, subscribe now.