ବଲାଙ୍ଗୀର,୨୦ା୪: ବଲାଙ୍ଗୀର ଜିଲାରେ ରବିବାର ଅପରାହ୍ନରେ ଦୁଃଖଦ ଘଟଣା ଘଟିଛି। ହଠାତ୍ କାଳବୈଶାଖୀ ବର୍ଷା ହେବା ସହ ବଜ୍ରପାତ ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ପାଟଣାଗଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଟିଟିଲାଗଡ଼ରେ ଜଣେ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତେବେ ମୃତ ଯୁବକ ଜଣକ ପାଟଣାଗଡ଼ ବେଲପଡ଼ା ଭରୁଆପଡ଼ାର ଟ୍ରାକ୍ଟର ଡ୍ରାଇଭର।
ସେହିପରି ଟିଟିଲାଗଡ଼ ସଇଁତଳା ତୁଷ୍ଟାପାଲିରେ ଛେଳି ଚରାଉଥିବାବେଳେ ବଜ୍ରପାତ ହେବାରୁ ଉକ୍ତ ମହିଳାଙ୍କ ଜୀବନ ଚାଲିଯାଇଛି।