fbpx

ନିର୍ବାଚନ ଆୟୋଗରେ ୨ ଜଣ ସଦସ୍ୟ, କିପରି ହେବ ନିର୍ବାଚନ, କ’ଣ କହୁଛି ନିୟମ ?

ନୂଆଦିଲ୍ଲୀ: ପାଖେଇ ଆସିଲାଣି ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଫେବୃଆରୀ ୧୫ରେ ନିର୍ବାଚନ କମିଶନର ଅନୁପ ପାଣ୍ଡେଙ୍କ ଅବସର ଗ୍ରହଣ କରିଥିଲେ । ବର୍ତ୍ତମାନ ନିର୍ବାଚନ ଆୟୋଗରେ ୨ ଜଣ ସଦସ୍ୟ ଥିବାରୁ ନିର୍ବାଚନ ତାରିଖ ଘୋଷଣା ଏବଂ ନିର୍ବାଚନ ପରିଚାଳନାକୁ ନେଇ ପ୍ରଶ୍ନ ଉଠୁଛି । କାରଣ ନିୟମ ଅନୁଯାୟୀ ୩ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନର ଲୋକସଭା ନିର୍ବାଚନର ପରିଚାଳନା ଦାୟିତ୍ୱ ତୁଲାଇଥାନ୍ତି । ଅପରପକ୍ଷରେ ସରକାର ମଧ୍ୟ ତୃତୀୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିନ୍ତୁ ଆଦର୍ଶ ଆଚାର ସଂହିତା ଲାଗୁ ହେବା ପୂର୍ବରୁ ତାଙ୍କ ନିଯୁକ୍ତିକୁ ନେଇ ସମ୍ଭାବନା କମ ରହିଛି ।

ବର୍ତ୍ତମାନ ନିର୍ବାଚନ ଆୟୋଗରେ ୨ ଜଣ ସଦସ୍ୟ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅରୁଣ ଗୋୟଲ ଦାୟିତ୍ୱ ତୁଲାଉଛନ୍ତି । ୧୯୯୬ ପରେ ୨୦୨୪ ଲୋକସଭା ନିର୍ବାଚନ ପ୍ରଥମ ହେବ ଯେଉଁଥିରୋ ୨ ଜଣ ନିର୍ବାଚନ କମିଶନର ନିର୍ବାଚନ ତାରିଖର ଘୋଷଣା କରିବା ସହ ନିର୍ବାଚନ ପରିଚାଳନା କରିବେ । ୧୯୫୦ରେ ଭାରତର ନିର୍ବାଚନ ଆୟୋଗ ଗଠନ ହୋଇଥିଲା । ୧୯୯୦ରେ ଏହି ନିର୍ବାଚନ ଆୟୋଗ ଦାୟିତ୍ୱରେ ୩ ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଥିଲା । ନିୟମ ଅନୁଯାୟୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନୂତନ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନ ହୁଏ ତେବେ ଆଦର୍ଶ ଆଚାର ସଂହିତା ଲାଗୁ ହେବା ପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ । ବିଶେଷଜ୍ଞଙ୍କ ମତରେ ନିର୍ବାଚନ ଆୟୋଗରେ ୩ଟି ସଦସ୍ୟ ବିଶିଷ୍ଟ ନିୟମ ଥିଲେ ମଧ୍ୟ ନିର୍ବାଚନ ପରିଚାଳନା କରାଇବା ପାଇଁ ଏହା ଆବଶ୍ୟକ ନୁହେଁ ।
ଏହା ପୂର୍ବରୁ ୧୯୯୯ ଏବଂ ୨୦୦୯ରେ ଆୟୋଜିତ ଲୋକସଭା ନିର୍ବାଚନ ସମୟରେ ଜଣେ ସଦସ୍ୟ କମ୍ ପଡ଼ିଥିଲେ । କହିରଖୁଛୁ ଏହା ପୂର୍ବରୁ ୧୯୫୦ରୁ ୧୯୮୯ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗରେ ଜଣେ ସଦସ୍ୟ ହିଁ ଦାୟିତ୍ୱ ତୁଲାଉଥିଲେ ।

Get real time updates directly on you device, subscribe now.