ଜୟପୁର: ରିଲ୍ସ କରୁ କରୁ ବୁଡ଼ିଗଲେ 2 ନାବାଳକ। ଜୟପୁରର ଗୁଲୁମି ଜଳପ୍ରପାତରେ ବୁଡି 2 ନାବାଳକ ନିଖୋଜ ଥିବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ମୁତାବକ, 2ନାବାଳକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବାସିନ୍ଦା।
ଏବେ ରିଲ୍ସର ମାତ୍ରା ଏତେ ବଢ଼ିଗଲାଣି ଯେ, ସମସ୍ତ ଯୁବପିଢ଼ି ଏଥିପାଇଁ ବାୟା। ରିଲ୍ସ କଲା ସମୟରେ ସେମାନେ ବନ୍ଧ ବାଡ଼ ଆଉ କିଛି ଦେଖୁନାହାଁନ୍ତି।
ସେ ସମୟରେ ସେମାନେ ଏତେ ଅନ୍ୟମନସ୍କ ହୋଇଯାଉଛନ୍ତି ଯେ, ଯେଉଁଥିପାଇଁ ତାଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଏହିପରି ଅନେକ ଘଟଣା ଆମେ ଆଗରୁ ବି ଦେଖିଛେ। ଆଉ ଏଥିପାଇଁ ଅନେକ ସତର୍କମୂଳକ ବାର୍ତ୍ତା ମଧ୍ୟ ଦିଆଯାଉଛି। ତଥାପି ବି ଏହି ଦୁର୍ଘଟଣା କମୁନାହିଁ।