ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଛତିଶଗଡ଼ ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି ।
ଖବର ଅନୁସାରେ, ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏହି ଏନ୍କାଉଣ୍ଟର ହୋଇଛି । ତେବେ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ AK-47 ଜବତ କରାଯାଇଛି ।
ତେବେ ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନକାଉଣ୍ଟର ନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି । ଏହା ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ପ୍ରକାଶଥାଉକି, ଗତ ମାର୍ଚ୍ଚ 31 ତାରିଖରେ ମଧ୍ୟ ଛତିଶଗଡ଼ରେ ଏନକାଉଣ୍ଟର ହୋଇଥିଲା । ଛତିଶଗଡ଼ ଦାନ୍ତେଓ୍ୱାଡାରେ ଏନକାଉଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ଟଳି ପଡିଥିଲେ । ପୋଲିସ ମହିଳାଙ୍କଠାରୁ ଏକ ସ୍ୱୟଂଚାଳିତ INSAS ରାଇଫଲ ଜବତ କରିଥିଲା ।