fbpx

ପୁଣି କାଶ୍ମୀରରେ ଆତଙ୍କୀରାଜ: ଶ୍ରମିକଙ୍କ ସହ ସ୍ଥାନୀୟ ନାଗରିକଙ୍କୁ ଘର ପାଖରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ବଢୁଛି ଆତଙ୍କବାଦୀଙ୍କ ଆକ୍ରମଣ । ପୁଣି ଥରେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି । ଘାଟିରେ ଆଜି ଦୁଇଟି ଅଲଗା ସ୍ଥାନରେ ୨ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ତେବେ ଖବର ପାଇବା ପରେ ଫେରାର ଆତଙ୍କବାଦୀଙ୍କୁ ଖୋଜୁଛି ସ୍ଥାନୀୟ ପୋଲିସ । ଏହାଦ୍ୱାରା ସର୍ଚ୍ଚ ଅପରେସନକୁ ମଧ୍ୟ କଡାକଡି କରାଯାଇଛି । ଘଟଣାସ୍ଥଳର ନିକଟବର୍ତ୍ତୀ ଅଞ୍ଚଳଗୁଡିକୁ ଘେରାଉ କରି ଆତଙ୍କବାଦୀଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଛି ପୋଲିସ ।

ପୁଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବଡଗାମର ଗୋଟପୋରାରେ ତଜମୁଲ ମେହିଉଦ୍ଦିନ ରାଥର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି । ଘର ପାଖରେ ତଜମୁଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି କିଛି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତିି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ପୁଲୱାମାରେ ମଧ୍ୟ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । କାରପେଣ୍ଟର ମହମ୍ମଦ ଅକ୍ରମଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ସେ ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.