ଭୁବନେଶ୍ବରରେ ମୁଣ୍ଡ ନେଉଛି ବିଷାକ୍ତ ମଦ, ବିଦେଶୀ ମଦ ଦୋକାନ ସିଲ କଲା ଅବକାରୀ ବିଭାଗ

ଭୁବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବର: ଭୁବନେଶ୍ବରରେ ବିଷାକ୍ତ ମଦ ପିଇ 2 ଜଣଙ୍କ ମୃତ୍ୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ ଅପମିଶ୍ରିତ ମଦ ପିଇ 2 ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । 4 ଦିନ ତଳେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଏନେଇ ସମ୍ପୃକ୍ତ ମଦ ଦୋକାନକୁ ସିଲ କରିଛି ଅବକାରୀ ବିଭାଗ । ଏହାସହ ଅବକାରୀ ବିଭାଗ, ମଦର ସାମ୍ପୁଲ ପରୀକ୍ଷା ପାଇଁ ନେଇଛି ।

ଏପଟେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଏହି ମଦ ଦୋକାନ କଟକ-ପୁରୀ ରୋଡ୍ ଷ୍ଟେସନ ବଜାର ନିକଟରେ ଅବସ୍ଥିତ।