ଆଜି ପ୍ରକାଶ ପାଇବ +୨ ରେଜଲ୍ଟ, ଅପରାହ୍ଣ ୫ଟାରୁ ୱେବସାଇଟରେ ଉପଲବ୍ଧ ହେବ ଫଳାଫଳ

ଆଜି +୨ ପରୀକ୍ଷା ଫଳ

ଭୁବନେଶ୍ୱର: +୨ ପରୀକ୍ଷା ଫଳାଫଳକୁ ନେଇ ବଡ଼ ଖବର। ଆଜି ଅର୍ଥାତ ୨୧ ମେ’ ୨୦୨୫ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଆଜି ଅପରାହ୍ଣ ୪ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ। ଅପରାହ୍ଣ ୫ଟାରୁ ୱେବସାଇଟରେ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

ବିଜ୍ଞାନ, କଳା, ବାଣିଜ୍ୟ ଫଳାଫଳ ଏକାଠି ପ୍ରକାଶ ପାଇବ। ୨ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲେ ମନ୍ତ୍ରୀ। ପରୀକ୍ଷା ଫଳ ବିଳମ୍ବକୁ ନେଇ ଅସନ୍ତୋଷ ବଢିଥିଲା। ତରବରିଆ ଭାବେ +୨ ପରୀକ୍ଷା ଫଳ ତାରିଖ ଘୋଷଣା କରାଯାଇଛି।

+୨ ପରୀକ୍ଷା ଫଳ ଆସିନଥିବାରୁ +୩ ର ନାମଲେଖା ଅବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ ତାରିଖ ଯାଏଁ ନାମଲେଖା ଅବେଦନ ଅବଧି ବୃଦ୍ଧି ଘଟିଛି ବୋଲି ଘୋଷଣା କରାଯାଇଛି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଥିଲେ ଯେ, ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇ +୨ ରେଜଲ୍ଟ। ଆଉ ପିଲାମାନେ ବ୍ୟସ୍ତ ହୁଅ ନାହିଁ। ଯେତିକି ଦିନ ବିଳମ୍ୱ ହେଲା, ଆଉ କିନ୍ତୁ ବିଳମ୍ୱ ହେବ ନାହିଁ ବୋଲି ପରୀକ୍ଷାର୍ଥୀଙ୍କୁ ପ୍ରତିଶୃତି ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।