fbpx

RCBରୁ ବିଦାୟ ନେଲେ ପ୍ରମୁଖ ସଦସ୍ୟ: IPL-2024ରେ କିଏ ନେବେ ଦଳର ମୁଖ୍ୟ ଭୂମିକା?

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଏକ ଶକ୍ତ ଝଟକା ଲାଗିଛି । ଦଳର ଦୁଇ ଜଣ ପ୍ରମୁଖ ସଦସ୍ୟ ଏହି ସିଜନରେ ଆରସିବିର ହାତ ଛାଡ଼ିଛନ୍ତି । ଦୀର୍ଘ ଦିନ ଧରି ପ୍ରମୁଖ ଦାୟିତ୍ୱରେ ରହିବା ପରେ ଏବେ ଦଳରୁ ବିଦାୟ ନେଇଛନ୍ତି ଏହି ଦୁଇ ସୁପରଷ୍ଟାର । ତେଣୁ ଆସନ୍ତା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଜଣେ ନୂଆ ମୁଖିଆଙ୍କୁ ଦାୟିତ୍ୱ ଦେବ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଏହି ଦୁଇ ସୁପରଷ୍ଟାରଙ୍କ ସ୍ଥାନରେ ଜଣେ ବିଶ୍ୱକପ ଚମ୍ପିଆନଙ୍କୁ ଦଳରେ ଯୋଡ଼ିଛି ଆରସିବି ।

ସୂଚନା ଅନୁସାରେ, ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦଳରୁ ବିଦାୟ ନେଇଛନ୍ତି ମୁଖ୍ୟ କୋଚ୍ ପଦରେ ଥିବା ସଞ୍ଜୟ ବାଙ୍ଗର ଏବଂ ଡାଇରେକ୍ଟର ମାଇକ ହସନ୍ । ବାଙ୍ଗାଲୋର ସହିତ ଚୁକ୍ତି ଶେଷ ହେବା ପରେ ସେମାନେ ଆରସିବିର କୋଚ୍ ପଦବୀରୁ ବିଦାୟ ନେଇଛନ୍ତି । ଟ୍ୱିଟର ପେଜରେ ଏକ ପୋଷ୍ଟରେ ଉଭୟଙ୍କୁ ଧନ୍ୟବାଦ ଦେବା ସହ ଏ ନେଇ ସୂଚନା ଦେଇଛି ବାଙ୍ଗାଲୋର । ତେବେ ଏହାପରେ ଦଳର ନୂଆ କୋଚଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଆଇସିସି ଟି-୨୦ ବିଶ୍ୱବିଜେତା ଦଳର କୋଚ୍ ଏଣ୍ଡି ଫ୍ଲାୱାରଙ୍କୁ ଦଳ ନୂଆ କୋଚ୍ ଭାବରେ ସ୍ଥାନ ଦେଇଛି । ଆରସିବି ଟ୍ୱିଟ କରି କହିଛି ଯେ, ମାଇକ ହସନ ଏବଂ ସଞ୍ଜୟ ବାଙ୍ଗରଙ୍କୁ ଧନ୍ୟବାଦ । ଉଭୟଙ୍କର କାର୍ଯ୍ୟଶୈଳୀ ସର୍ବଦା ପ୍ରଭାବଶାଳୀ ରହିଛି । ଗତ ୪ ବର୍ଷରେ ଅନେକ ଯୁବ ଖେଳାଳିଙ୍କୁ ବହୁତ କିଛି ଶିକାର ସୁଯୋଗ ମଧ୍ୟ ମିଳିଛି, ଯେଉଁମାନେ ଖୁବ ସଫଳତା ମଧ୍ୟ ପାଇଛନ୍ତି । ତେବେ ଉଭୟଙ୍କ ଚୁକ୍ତି ଶେଷ ହୋଇସାରିଛି । ମାଇକ ଏବଂ ସଞ୍ଜୟଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେଇଛି ଆରସିବି ।

ଏହାପରେ ଆଉ ଏକ ଟ୍ୱିଟ କରି ଦଳ ନୂଆ କୋଚଙ୍କ ନାମ ମଧ୍ୟ ଘୋଷଣା କରିଛି । ଲକ୍ଷେ୍ନø ସୁପର ଜିଆଣ୍ଟସର ପୂର୍ବତନ କୋଚ ଏଣ୍ଡ୍ରି ଫ୍ଲାୱାରଙ୍କୁ ଦଳର ନୂଆ କୋଚ ଭାବରେ ଚୟନ କରିଛି ଆରସିବି । ୨୦୨୧ରେ ସୁପର ଜିଆଣ୍ଟସ ଫ୍ଲାୱାରଙ୍କୁ ମୁଖ୍ୟ କୋଚ ଦାୟିତ୍ୱ ପ୍ରଦାନ କରିଥିଲା । ଆରସିବି ଟ୍ୱିଟ କରିଛି ଯେ, ‘ଆଇସିସି ଟି-୨୦ ବିଶ୍ୱକପ ୱିନିଙ୍ଗ କୋଚ୍ ଏଣ୍ଡ୍ରି ଫ୍ଲାୱାରଙ୍କୁ ଦଳର ନୂଆ କୋଚ ଭାବରେ ଚୟନ କରାଯାଇଛି । ସେ ଆଇସିସି ହଲ୍ ଅଫ୍ ଫେମ ମଧ୍ୟ ରହି ସାରିଛନ୍ତି ।’ ତେବେ ଫ୍ଲାୱାରଙ୍କ ପଦାର୍ପଣରେ ବାଙ୍ଗାଲୋର ଟ୍ରଫି ଜିତିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.