ଶ୍ରୀନଗର: ଜମ୍ମୁ କଶ୍ମୀର ବାରମୁଲା ଜିଲା ଉରିରେ ୨ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନା ।
ବୁଧବାର ୨ରୁ୩ ଜଚଣ ଆତଙ୍କବାଦୀ ଉରି ନାଲା ସର୍ଜିଭାନରେ ପ୍ରବେଶ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ନଜରକୁ ଆସିଥିଲେ । ବୁଧବାର ସକାଳ ୮ଟା ସମୟରେ ଏ ଘଟଣା ଘଟିଥିବା ସୂଚନା ।
ଏ ନେଇ ପୋଲିସ ପକ୍ଷରୁ ଏକ୍ସରେ ପୋଷ୍ଟ ଶେୟାର କରାଯାଇଛି । ଅଧିକ ଆତଙ୍କବାଦୀ ଲୁଚି ରହିବା ନେଇ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି କରାଯାଇଛି ।
ଉଙ୍ଗଳବାର ଅପରାହ୍ନରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଯକ ପ୍ରାଣ ହରାଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।