fbpx

ପ୍ୟାରିସ ଅଲମ୍ପିକ୍ସରେ ପ୍ରତିନିଧିତ୍ୱ କରିବେ ୨ ଓଡ଼ିଆ : ୧୫ ଲକ୍ଷ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ୟାରିସ୍ ଅଲମ୍ପିକ୍ସରେ ଦୁଇ ଓଡ଼ିଆ ତାରକା ଅଂଶଗ୍ରହଣ କରିଛନ୍ତି । ଓଡିଶାର ଦୁଇ ତାରକା କିଶୋର ଜେନା ଏବଂ ଅମିତ ରୋହି ଦାସଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ସହାୟତା କରିଛନ୍ତି ।

ଆଗାମୀ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଦୁଇ ତାରକା ଯୋଗ୍ୟତା ହାସଲ କରିଥିବାରୁ ତାଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରେତ୍ସାହନ ରାଶି ସହାୟତା କରିଛନ୍ତି । ସେମାନେ ଭଲ ଖେଳ ପଦର୍ଶନ କରି ଦେଶ ପାଇଁ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ,ଏହି ଦୁଇଜଣ ପ୍ୟାରିସ ଅଲମ୍ପିକ୍ସରେ ଯୋଗ୍ୟତା ହାସଲ କରିଥିବାରୁ ସେ ସାରା ଓଡିଶାବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । କେବଳ ଏତିକି ନୁହେଁ ସେମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ଇଚ୍ଛାଶକ୍ତି ରାଜ୍ୟର ଯୁବ ପ୍ରତିଭାଙ୍କୁ ପ୍ରେରଣା ଏବଂ ଉତ୍ସାହ ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଦୁଇ ଜଣ ଯୁବ ପ୍ରତିଭାଙ୍କୁ ରାଜ୍ୟବାସୀଙ୍କ ତରଫରୁ ଆଶୀର୍ବାଦ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.