ୟୁରୋପରେ ସାମୁଦ୍ରିକ ଝଡ ୟୁନିସର ତାଣ୍ଡବ: ଏବେ ସୁଦ୍ଧା ନେଲାଣି ୨୦ଜଣଙ୍କ ପ୍ରାଣ

ଲଣ୍ଡନ: ୟୁରୋପରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ ୟୁନିସ । ବିଟ୍ରେନ ସମେତ ୟୁରୋପରେ ଅନେକ ଦେଶରେ ଏହି ଝଡ ପ୍ରଭାବରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୨୨ କିଲୋମିଟର ବେଗରେ ପବନ ବୋହୁଛି । ମଧ୍ୟ ଆଣ୍ଟଲାଟିକାରେ ଆରମ୍ଭ ହୋଇଥିବା ଏହି ଝଡ ଆଗକୁ ବଡ କ୍ଷତି କରିବା ନେଇ ବ୍ରିଟେନ ପାଣିପାଗ ବିଭାଗ ଆଶଙ୍କା କରୁଛି । ଶୁକ୍ରବାର ଆଣ୍ଟଲାଟିକ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ ପ୍ରଳୟଙ୍କାରୀ ରୂପ ନେଉଛି । ଏବେସୁଦ୍ଧା ୨୦ଜଣଙ୍କ ପ୍ରାଣହାନି ହୋଇଥିବା ସୂଚନା ମିଳିଛି । ଝଡବର୍ଷା ଯୋଗୁଁ ଭାଙ୍ଗିଛି ବିଶାଳ ଗଛ, ଉଡିଯାଇଛି ଘରର ଛାତ । ପ୍ରାଣ ବିକଳରେ ଶହ ଶହ ସଂଖ୍ୟକ ଲୋକ ସେନା ପକ୍ଷରୁ ତିଆରି ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି । ସାମୁଦ୍ରିକ ଝଡ ୟୁନିସ କେନ୍ଦ୍ରୀୟ ଆଣ୍ଟଲାଟିକ ସମୁଦ୍ରରେ ସୃଷ୍ଟି ହୋଇଥିବାବେଳେ କ୍ରମଶଃ ଏହା ୟୁରୋପ ମୁହାଁ ହେଉଛି । ସମୁଦ୍ରର ଉଚ୍ଚ ଜୁଆର ଆସିବା ଯୋଗୁଁ ଘର ଭିତରେ ପାଣି ପଶିଛି । ବ୍ରିଟେନ ରେଳଷ୍ଟେସନ, ବିମାନବନ୍ଦରର ବ୍ୟାପକ କ୍ଷତି ହୋଇଛି ।