୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡ଼ିଲା ପାକିସ୍ତାନ; ଚାରି ବର୍ଷ ଧରି ଥିଲେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନ ସରକାର ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି । ଏହି ସବୁ ମତ୍ସ୍ୟଜୀବୀମାନେ ସୋମବାର ଅଟାରୀ-ୱାଘା ବର୍ଡର ଯୋଗେ ଭାରତରେ ପହଞ୍ଚିଛନ୍ତି । ସେମାନେ କହିଛନ୍ତି ଚାରି ବର୍ଷ ଧରି ସୋମାନେ ପାକିସ୍ତାନର ଲାଙ୍ଘୀ ଜେଲରେ ବନ୍ଦୀ ଥିଲେ । ତେବେ ଏହି ସମୟରେ ତାଙ୍କ ପରିବାର ଆର୍ଥିକ ସହାୟତା କରିଥିବାରୁ ସେମାନେ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୋମବାର ପାକିସ୍ତାନ ସରକାର ଏମାନଙ୍କୁ ଛାଡ଼ିଥିଲେ । ଏହି ୨୦ ମତ୍ସ୍ୟଜୀବୀ ଗତ ଚାରିବର୍ଷ ତଳେ ପାକିସ୍ତାନ ଜଳ ସୀମା ପାର କରି ବନ୍ଦୀ ହୋଇଥିଲେ ଏହି ମତ୍ସ୍ୟଜୀବୀ । ତେବେ ମୁକ୍ତ ହେବା ପରେ ଭାରତୀୟ ମତ୍ସ୍ୟଜୀବୀ ବହୁତ ଖୁସି ଅଛନ୍ତି । ନିଜ ଦେଶରେ ପହଞ୍ଚିଥିବାରୁ ବହୁତ ଖୁସି ଥିବା ନେଇ କହିଛନ୍ତି ଜଣେ ମତ୍ସ୍ୟଜୀବୀ ।