fbpx

ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ: କ୍ଷୀର କଣ୍ଟେନରରେ ପଶିଗଲା ବସ୍, ଅନେକ ଆହତ

ନୂଆଦିଲ୍ଲୀ: ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି । ବିହାରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଡବଲ୍ ଡେକର ବସ୍ ଏକ କ୍ଷୀର କଣ୍ଟେନର ଗାଡ଼ିକୁ ଧକ୍କା ଦେଇଛି । ଏହି ଭୟଙ୍କର ଦୁର୍ଘଟଣାରେ ବସଟି କ୍ଷୀର କଣ୍ଟେନରକୁ ଦୁଇଫାଳ କରିଦେଇଥିଲା । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ପ୍ରଶାସନ ପକ୍ଷରୁ ୧୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି ।

ସୂଚନା ଅନୁସାରେ, ଲକ୍ଷେ୍ନø-ଆଗ୍ରା ଏକ୍ସପ୍ରେସୱେର ଉନ୍ନାଓ ଜନପଦ, ବେହଟା ମୁଜାୱର ଥାନା ଅନ୍ତର୍ଗତ ଗଢା ଅଞ୍ଚଳରେ ଘଟିଯ।।ଇଛି । ଏହି ଭୟଙ୍କର ସଡ଼କ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ଘଟଣାସ୍ଥଳରେ ଖବର ପାଇ ପୋଲିସ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ସିଓ ବାଙ୍ଗମଉ ଅରବିନ୍ଦ ଚୌରାସିୟାଙ୍କ ନେତୃତ୍ୱରେ ଏହି ଅପରେସନ୍ ଜାରି ରହିଛି ।

ପୋଲିସର ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୫.୧୫ରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ବସ୍ ଏକ କ୍ଷୀର କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟରାରେ ମୃତ୍ୟୁସଂଖ୍ୟା ୧୮ରେ ରହିଥିବା ବେଳେ ଆଗକୁ ଏହା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ଏହାପରେ ପୋଲିସ ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି । ସେପଟେ ମୃତକଙ୍କ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ସ୍ତାନୀୟ ପୋଲିସ ।

Get real time updates directly on you device, subscribe now.