ଓଡ଼ିଶାର ୨୦ଟି ସ୍ଥାନକୁ ମିଳିଲା ପର୍ଯ୍ୟଟନସ୍ଥଳୀ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାର୨୦ଟି ସ୍ଥାନକୁ ମିଳିଲା ପର୍ଯ୍ୟଟନସ୍ଥଳୀ ମାନ୍ୟତା। ଏ ନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାପରେ ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୩୭୮କୁ ବୃଦ୍ଧି ପାଇଲା।

କେନ୍ଦୁଝରର ସର୍ବାଧିକ ୭ଟି ସ୍ଥାନକୁ ଏହି ମାନ୍ୟତା ମିଳିଛି। ସମ୍ବଲପୁରର ୨ଟି ସ୍ଥାନ ମଧ୍ୟରେ ଭୀମ ମଣ୍ଡଳୀ ଓ ଦେବଝରଣ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଲା।