fbpx
BJD SKY
BJD SKY

୧୧ଟା ସୁଦ୍ଧା ୨୦.୩୮% ମତଦାନ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

BJD

ଝାରସୁଗୁଡା: ଦୀର୍ଘଦିନ ଧରି ଚାଲିଥିବା ପ୍ରଚାର ପରେ ଆଜି ଝାରସୁଗୁଡା ଉପନିର୍ବାଚନ ଆରମ୍ଭ ହୋଇଛି । ସେଥିପାଇଁ ଆଜି ସକାଳ ୭ ଘଟିକାରେ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଏହି ପ୍ରକ୍ରିୟା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁରହିବ ।

ଜିଲ୍ଲାରେ ୨୫୩ଟି ବୁଥରେ ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନରେ ୯ ଜଣ ପ୍ରାର୍ଥୀ ଥିବା ବେଳେ ଲଢିବେ ମୁଖ୍ୟତଃ ତ୍ରିମୁଖୀ ଦଳ । ବିଜେଡି ପ୍ରାର୍ଥୀରେ ଦିପାଳୀ ଦାସ, ବିଜେପି ପ୍ରାର୍ଥୀ ଟଙ୍କଦ ତ୍ରୀପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ଏମାନଙ୍କୁ ମଧ୍ୟରୁ କାହାକୁ ଝାରସୁଗୁଡାବାସୀ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ତେବେ କଡା ସୁରକ୍ଷା ଭିତରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ଭୋଟିଂ ସେଣ୍ଟରରେ ଉପସ୍ଥିତ ଅଛନ୍ତି । ଭୋଟ କେନ୍ଦ୍ରରେ ଲୋକେ ସକାଳୁ ସକାଳୁ ଆବଶ୍ୟକୀୟ ଭୋଟର ପରିଚୟ ପତ୍ର ନେଇ ପହଁଚିଛନ୍ତି ଏବଂ ନିଜର ମତ ସାବ୍ୟସ୍ତ କରୁଛନ୍ତି ।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନର ଭୋଟିଂ ଶାନ୍ତିଶୃଙ୍ଖଳାରେ ଚାଲିଛି । ତେବେ ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନର ସୂଚନା ମିଳିଛି । ଏନେଇ ପ୍ରେସମିଟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପୁରୁଷ ଭୋଟ ଦେଲେଣି ୨୪,୩୯୮ । ସେହିପରି ୨୦,୭୮୫ ମହିଳା ଭୋଟର ଦେଇଛନ୍ତି ।

 

Get real time updates directly on you device, subscribe now.