fbpx

ECIL ପକ୍ଷରୁ ଦିଆଯିବ ୨୦୦ଟି ପଦରେ ନିଯୁକ୍ତି: ସବିଶେଷ ତଥ୍ୟ ପାଇଁ ବିଜ୍ଞପ୍ତି ଦେଖନ୍ତୁ

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଲେକ୍ଟ୍ରୋନିକ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଇସିଆଇଏଲ) ପକ୍ଷରୁ ୨୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିକାଲ ଅଫିସର ପଦରେ ନିଯୁକ୍ତି ଦିଆଯିବା । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀ ବି.ଇ / ବି.ଟେକ (ପ୍ରାସଙ୍ଗିକ ବିଷୟରେ) ପାସ୍ କରିଥିବା ଆବଶ୍ୟକ । ୨୦୨୦ ମସିହା ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଦରକାର । ପ୍ରାର୍ଥୀଙ୍କୁ ପ୍ରଥମ ବର୍ଷ ମାସିକ ଦରମା ୨୫ ହଜାର, ଦ୍ୱିତୀୟ ବର୍ଷ ୨୮ ହଜାର, ତୃତୀୟ ଓ ଚତୁର୍ଥ ବର୍ଷ ୩୧ ହଜାର ପ୍ରଦାନ କରାଯିବ । ସଫଳତାର କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଟିଏ / ଡିଏ, ପେଡ୍ ଲିଭ୍, କମ୍ପାନୀ ପିଏଫ, ମେଡିକ୍ଲେମ ଆଦି ବେନିଫିଟ୍ ମିଳିବ । ଓବିସି / ଏସସି / ଏସଟି / ପିଡବ୍ଲ୍ୟୁଡି / ଏକ୍ସ-ସର୍ଭିସମ୍ୟାନଙ୍କ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ଓ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/01/Notification-ECIL-Technical-Officer-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ecil.co.in/

Get real time updates directly on you device, subscribe now.