fbpx

ବିଜୁଳି ମାଗଣାରେ ଦେବି… ଅରବିନ୍ଦ କହିଲେ ଏମିତି

ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ୍ ଆଜି ପଞ୍ଜାବ ନିର୍ବାଚନ ପ୍ରଚାର ପାଇଁ ଗସ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ ସେ ସମ୍ବୋଧନ କରି ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ବିଧାନସଭା ନିର୍ବାଚନରେ ତାଙ୍କ ପାର୍ଟି ଜିତ୍ ହାସଲ କରେ ତେବେ ୨୦୦ ୟୁନିଟ୍ ବିଜୁଳି ମାଗଣା ବିଜୁଳି ଦେବେ । ସେ କହିଛନ୍ତି ଯେ, ସେ ଯେବେ ଦିଲ୍ଳୀରେ ୨୦୧୩ ମସିହାରେ ନିର୍ବାଚନ ଲଢ଼ିବାକୁ ଆସିଥିଲେ ସେତେବେଳେ ସେଠାରେ ପଞ୍ଜାବ ପରି ଆକାଶଛୁଆଁ ବିଜୁଳି ବିଲ୍ ଆସୁଥିଲା । ବିଜୁଳି ବିତରଣ କମ୍ପାନୀ ଏବଂ ସରକାର ମିଶି ଲୋକଙ୍କ ଠାରୁ ବିଲ୍ ନାମରେ ଠକୁଥିଲେ । ହେଲେ ଆଜି ଦିଲ୍ଲୀରେ ୨୪ ଘଣ୍ଟା ବିଜୁଳି ମିଳୁଛି ତାହା ପୁଣି ଅତି କମ୍ ଦାମରେ । ତେଣୁ ଆମକୁ ପଞ୍ଜାବରେ ମଧ୍ୟ ଏହା କରିବାକୁ ଚାହୁଛୁ ।

କେଜ୍ରିୱାଲ୍ କହିଛନ୍ତି ଯେ, ପ୍ରଥମେ ଆମେ ପଞ୍ଜାବର ପ୍ରତି ପରିବାରକୁ ମାଗଣା ୨୦୦ ୟୁନିଟ୍ ବିଜୁଳି ବିତରଣ କରିବୁ । ଦ୍ୱିତୀୟ ସମସ୍ତ ବିଚାରାଧୀନ ଘରୋଇ ବିଦ୍ୟୁତ୍ ବିଲ୍ ଛାଡ କରାଯିବ ଏବଂ ଲୋକଙ୍କ ସଂଯୋଗ ପୁନରୁଦ୍ଧାର ହେବ । ତୃତୀୟ, ୨୪ ଘଣ୍ଟା ବିଦ୍ୟୁତ ଯୋଗାଇ ଦିଆଯିବ । ଏଥିସହିତ ସବୁ ବକେୟା ଥିବା ବିଜୁଳି ବିଲ୍ ମାଫ୍ କରିଦିଆଯିବ । ୨୪ ଘଣ୍ଟା ବିଜୁଳି ମିଳିବ କିନ୍ତୁ ଘରକୁ ବିଲ୍ ଆସିବ ନାହିଁ । ଯେଉଁ ମାନଙ୍କ ବିଜୁଳି ସଂଯୋଗ କଟିଯାଇଛି ସେସବୁ ଘରେ ବିଜୁଳି ପୁରରୁଦ୍ଧାର କରାଯିବ ।

କଂଗ୍ରେସକୁ ଟାର୍ଗେଟ କରି କେଜ୍ରିୱାଲ୍ ସରକାର କହିଥିଲେ ଯେ, ଏହା ହେଉଛି ଆମ୍ ଆଦମୀ ପାର୍ଟିର ଗ୍ୟାରେଣ୍ଟି । ସରକାର ଆସିବା ପରଠାରୁ ହିଁ ପ୍ରଥମ ଯୋଜନା ଭାବରେ ଏହା ଆରମ୍ଭ କରିଦିଆଯିବ । ନୂତନ ବ୍ୟବସ୍ଥା ସହିତ ବିଜୁଳି ପାଇଁ ଯୋଜନା ଲାଗୁ କରାଯିବ ।

Get real time updates directly on you device, subscribe now.