fbpx

ଦିଲ୍ଲୀ ପୋଲିସକୁ ମିଳିଲା ବଡ ସଫଳତା: ଜବତ ହେଲା ୨୦୦୦ ଅଫୁଟା ଗୁଳି

Advertisement

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ପୂବର୍ବରୁ ପୋଲିସକୁ ମିଳିଛି ବଡ ସଫଳତା । ୨୦୦୦ ଅଫୁଟା ଗୁଳି ସହିତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ ଦିଲ୍ଲୀର ଇଷ୍ଟ ଡିଷ୍ଟ୍ରକ୍ ପୋଲିସ ଆନନ୍ଦ ବିହାର ଅଞ୍ଚଳରୁ ୨ଟି ବ୍ୟାଗରେ ଥିବା ୨୦୦୦ ଅଫୁଟା ଗୁଳି ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା ଜାରୀ ରଖିଛି । ତେବେ ଅଭିଯୁକ୍ତମାନେ ଏହି ୨୦୦୦ ଅଫୁଟା ଗୁଳି କେଉଁଠାକୁ ପଠାଉଥିଲେ ଓ ଏହାର ବ୍ୟବହାର କେଉଁ ସ୍ଥାନରେ ହେବାର ଥିଲା ତାହା ବର୍ତ୍ତମାନ ଖୋଳତାଡ କରୁଛି ପୋଲିସ । ଏହି ଘଟଣାରେ ଆଉ କିଏ ସାମଲି ଅଛନ୍ତି କି ନାହିଁ ତାର ମଧ୍ୟ ତଦନ୍ତ କରୁଛି ଦିଲ୍ଲୀ ପୋଲିସ ।

Get real time updates directly on you device, subscribe now.