fbpx

୨୦୦୦ ଟଙ୍କିଆ ନୋଟ୍ ନେଲେ ନାହିଁ ପେଟ୍ରୋଲ ପମ୍ପ କର୍ମଚାରୀ ; ଟାଙ୍କିରୁ ତେଲ କାଢି ନେଲେ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଜାଲାଉନ୍ ଜିଲ୍ଲାରେ ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଗ୍ରାହକ ୨୦୦୦ ଟଙ୍କିଆ ନୋଟ୍ ଦେବାରୁ ସ୍କୁଟି ଟାଙ୍କିରୁ ତେଲ କାଢି ନେଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଜଣେ ଗ୍ରାହକ ତେଲ ପକାଇବାକୁ ସ୍କୁଟି ନେଇ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଆବଶ୍ୟକୀୟ ଅନୁଯାୟୀ ତେଲ ମଧ୍ୟ ପକାଇବା ପରେ ୨୦୦୦ ଟଙ୍କିଆ ନୋଟ୍ ଟି ବଢାଇ ଦେଇଥିଲେ ପେଟ୍ରୋଲ କର୍ମଚାରୀଙ୍କୁ । ସେହି ନୋଟ୍ ନେବାକୁ ପ୍ରେଟ୍ରୋଲ ପମ୍ପ କର୍ମଚାରୀ ମନା କରିଥିଲେ । କାରଣ ୨୦୦୦ ଟଙ୍କିଆ ନୋଟର ବକୟା ନଗଦ ଟଙ୍କା ଫେରସ୍ତ କରିବା ପେଟ୍ରୋଲ ପମ୍ପ କର୍ମଚାରୀ ପକ୍ଷେ ସମ୍ଭବ ନ ଥିଲା । ଶେଷରେ ବାଧ୍ୟ ହୋଇ ସ୍କୁଟି ଟାଙ୍କରୁ ତେଲ ବାହାର କରିବାକୁ ପଡିଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ଗ୍ରାହକଙ୍କ ସ୍କୁଟି ଟାଙ୍କିରୁ ତେଲ ବାହାର କରୁଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ କହିବା ହେଲା, ୨୦୦୦ ଟଙ୍କିଆ ନୋଟ୍ ଉପରେ କଯକଣା ଘୋଷଣା ହେବା ପରେ ବର୍ତ୍ତମାନ ପେଟ୍ରୋଲ ପମ୍ପରେ ନଗଦ କାରବାର ବଢି ଯାଇଛି । ୯୦ ପ୍ରତିଶତ ଲୋକ ୨୦୦୦ ଟଙ୍କିଆ ନୋଟ୍ ଦେଇ ତେଲ ପକାଉଛନ୍ତି । ଲୋକ ୧୦୦ ବା ୨୦୦ ଟଙ୍କାରେ ତେଲ ପକାଇ ୨୦୦୦ ଟଙ୍କା ଦେଉଛନ୍ତି । ସମସ୍ତଙ୍କୁ ୨୦୦୦ ଟଙ୍କିଆର ବାକି ଟଙ୍କା ଫେରାଇବା ସମ୍ଭବ ହେଉନାହିଁ । ତେଣୁ ୨୦୦୦ ଟଙ୍କିଆ ନୋଟ ରଖିବାକୁ ଆମେ କରୁଛୁ ।

Get real time updates directly on you device, subscribe now.