ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ଟ୍ରାଫିକ୍ ବଦବୀ । ୨ ହଜାର ନୂଆ ଟ୍ରାଫିକ୍ ପଦବୀକୁ ସରକାରଙ୍କ ମଞ୍ଜୁରୀ ।
ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି ।
ରାଜ୍ୟ ସ୍ତରରେ ୭୦ ଏବଂ ଜିଲ୍ଲା ସ୍ତରରେ ୧୯୩୦ ପଦବୀ ସୃଷ୍ଟି କରାଯିବ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜସ୍ୱ ସହମତି ପ୍ରକାଶ କରିଛନ୍ତି ।
ପଦବୀ ବଢ଼ିବା ଦ୍ୱାରା ରାଜ୍ୟରେ ଟ୍ରାଫିକ୍ ବ୍ୟବସ୍ଥା ସାଙ୍ଗକୁ ସଡ଼କ ସୁରକ୍ଷା ଶାଖା ଦୃଢ଼ ହେବ ବୋଲି ସରକାର ଆଶା କରିଛନ୍ତି ।